Categories: ଜାତୀୟ

ମାନ୍‌ଙ୍କ ନୂଆ ଘୋଷଣା: ସିଙ୍ଗୱାଲା ଟୋଲ ପ୍ଲାଜା ବନ୍ଦ…

ଚଣ୍ଡିଗଡ଼,୫।୭ : ପଞ୍ଜାବ ସରକାର ବୁଧବାର ମୋଗା-କୋଟକାପୁରା ରାସ୍ତାରେ ଥିବା ସିଙ୍ଗୱାଲା ଟୋଲ ପ୍ଲାଜାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ହେଉଛି ଦଶମ ଟୋଲ ପ୍ଲାଜା, ଯାହା ପଞ୍ଜାବ ସରକାର ବନ୍ଦ କରିବାକୁ ଯାଉଛନ୍ତି। ଏହି ଟୋଲ ପ୍ଲାଜା ବନ୍ଦ ଯୋଗୁ ଲୋକମାନଙ୍କର ପ୍ରତିଦିନ ସାଢ଼େ ୪ ଲକ୍ଷ ଟଙ୍କା ସଞ୍ଚୟ ହେବ।

ଟୁଇଟ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏହା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ରାଜ୍ୟର ଅନେକ ପ୍ରମୁଖ ରାସ୍ତାରେ ଟୋଲ ପ୍ଲାଜା ଲଗାଯାଇଛି। ଏହି କାରଣରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ଏହା ବିରୋଧରେ ପ୍ରଦର୍ଶନ ମଧ୍ୟ କରାଯାଇଛି। ଏହା ପରେ ଟୋଲ ପ୍ଲାଜା ହଟାଇବା କାମ ମଧ୍ୟ ରାଜ୍ୟ ସରକାର ଆରମ୍ଭ କରିଛନ୍ତି।

ଏହି ଅଞ୍ଚଳର ବିଧାୟକ ଅମୃତପାଲ ସିଂ ସୁଖାନନ୍ଦ ମଧ୍ୟ ସୋସିଆଲ ମିଡିଆରେ ଏହାର ସୂଚନା ଶେୟାର କରିଛନ୍ତି। ସେ କହିଛନ୍ତି ଯଦିଓ ଜୁଲାଇ ୨୧ରେ ଟୋଲ ପ୍ଲାଜା ବନ୍ଦ ହୋଇଥାନ୍ତା, ତେବେ ସରକାର ଏହାକୁ ସମୟ ପୂର୍ବରୁ ବନ୍ଦ କରିବାକୁ ଯାଉଛନ୍ତି।

Share