ଏମି ପୁରସ୍କାର ବିଜେତା ପ୍ରଯୋଜକଙ୍କ ପରଲୋକ

ଏମି ପୁରସ୍କାର ବିଜେତା ଲେଖକ ତଥା ପ୍ରଯୋଜକ ମାନି କୋଟୋଙ୍କ ପରଲୋକ ଘଟିଛି। ଡ୍ରାମା ସିରିଜ୍‌ ‘୨୪’ ପାଇଁ ଶ୍ରେଷ୍ଠ ଏମି ପୁରସ୍କାର ଜିତିଥିବା ମାନି ୬୨ ବର୍ଷ ବୟସରେ ଦୁନିଆକୁ ବିଦାୟ ନେଇଛନ୍ତି। ମାନି ଦୀର୍ଘ ଦିନ ଧରି ଅଗ୍ନାଶୟ କର୍କଟ ସହିତ ଲଢୁଥିଲେ। ମାନି ‘ଆମେରିକୀୟ ହରର୍‌ ଷ୍ଟୋରୀ’ର ୪ ସିଜିନ୍‌ ପାଇଁ କାର୍ଯ୍ୟକାରୀ ନିର୍ବାତା ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପରଲୋକରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

Share