ମନୋହର ଖଟ୍ଟର-ଶିବରାଜ-ବୋମ୍ମାଇ ଭାଜପାର ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍‌, ଜାଣନ୍ତୁ କିଏ ସବୁଠାରୁ ଅଧିକ ଧନୀ

ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି। ୭ଟି ପର୍ଯ୍ୟାୟ ଦେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟରୟରେ ଭୋଟିଂ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧିନ ମେଣ୍ଟ ଏନଡିଏ ୪୦୦ ପାର୍‌ର ନାରା ଦେଇ ମଇଦାନକୁ ଓହ୍ଲାଇଛି। ଏହିକ୍ରମରେ ଭାଜପା ହାଇକମାଣ୍ଡ ବଡ଼ ବଡ଼ ଏମପିଙ୍କ ଟିକେଟ୍‌ କାଟି ନୂଆ ଚେହେରାଙ୍କୁ ଟିକେଟ୍‌ ଦେଇଛି। ଏଥିସହ ପୂର୍ବତନ ୬ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଛି। ତେବେ ଆସନ୍ତୁ ଜାଣିବା ଏହି ୬ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କିଏ ଅଧିକ ଧନୀ ଅଟନ୍ତି।

କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏଥର ଲୋକ ସଭା ନିର୍ବାଚନ ଲଢୁଛନ୍ତି। ବୋମାଇ ୨୦୨୩ରେ କର୍ନାଟକ ବିଧାନସଭା ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯେଉଁଥିରେ ସେ ସତ୍ୟପାଠରେ ତାଙ୍କ ପାଖରେ ୪୨.୧୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ତିନି ଏକରର ଜମି କିଣିଥିଲେ। ୨୦୨୩ରେ ଦେଇଥିବା ସତ୍ୟପାଠ ଅନୁସାରେ, ବୋମାଇ ଓ ତାଙ୍କ ସମର୍ଥକଙ୍କ ପାଖରେ ମୋଟ ୫୨.୧୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେ ୫.୭୯ କୋଟି ଟଙ୍କାର ଋଣରେ ବୁଡି ରହିଛନ୍ତି।

ଏହିକ୍ରମରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଖରେ ୧କୋଟି ୨୭ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେହି ସମୟରେ ଅଢେଇ ଲକ୍ଷ ଟଙ୍କା ଥିଲା। ସେ ପ୍ରାୟ ୫ଲକ୍ଷ ଟଙ୍କା ଋଣ ନେଇଛନ୍ତି। ଅଚଳ ସମ୍ପତ୍ତି ବିଷୟରେ ଆଲୋଚନା କରାଯାଏ ତେବେ ତାଙ୍କ ପାଖରେ ୫୦ଲକ୍ଷ ଟଙ୍କାର କୃଷି ଯୋଗ୍ୟ ଭୂମି ରହିଛି। ତାଙ୍କ ପାଖରେ ଗୋଟିଏ ଘର ରହିଛି। ଯାହାର ଦାମ୍‌ ୩ଲକ୍ଷ ଟଙ୍କା।

ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୨୦୨୩ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ କରିଥିଲେ। ଯେଉଁଥିରେତାଙ୍କ ପାଖରେ ୩.୨୧ କୋଟି ଟଙ୍କାର ସମ୍ପତ୍ତି ଥିବା ସୂଚନା ଦେଇଥିଲେ। ତାଙ୍କ ସ୍ତ୍ରୀ ସାଧନା ସିଂହଙ୍କ ପାଖରେ ମୋଟ ୫,୪୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସତ୍ୟପାଠ ଅନୁସାରେ ଶିବରାଜଙ୍କ ସ୍ଥାବର ସମ୍ପତ୍ତି ୧,୧୧,୨୦,୨୮୨ ଟଙ୍କା ହୋଇଥିବାବେଳେ ଅସ୍ଥାବର ସମ୍ପତ୍ତି ୨.୧୦ କୋଟି ଟଙ୍କା।

Share