Categories: ଜାତୀୟ

କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ

ଚଣ୍ଡିଗଡ,୨୮ ।୧୧: ହରିୟାଣା ଓ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ । ହେଲେ ସେ ଆହୁରି ମଧ୍ୟ କହିଛନ୍ତି ଏବେ ନୁହେଁ ସମୟ ଆସିଲେ ଏ ସମ୍ପର୍କରେ ଅଲୋଚନା କରିବେ ବୋଲି ସେ କହିଛନ୍ତି । ଏହାର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିଲେ ସେ ନିଶ୍ଚୟ ଜଣାଇବେ ବୋଲି କହିଛନ୍ତି । ଆନ୍ଦୋଳନର କେତେ ଅଡିଓ ଭିଡିଓ ବି ଭାଇରାଲ ହେଉଛି । ଯେଉଁଥିରେ କୁହାଯାଇଛି କି ଯେତେବେଳେ ଇନ୍ଦିରା ଗାନ୍ଧୀ ଏହା କରୁ ପାରୁଥିଲେ ମୋଦି କ୍‌ାହିଁକି କରି ପାରିବେ ନାହିଁ । ମନୋହର ଲାଲ କହିଛନ୍ତି କେନ୍ଦ୍ର ସରକାର ସବୁବେଳେ କଥା ହେବା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ ମୋର ସମସ୍ତ କୃଷକ ଭାଇଙ୍କୁ ଅନୁରୋଧ ନିଜର ଉଚିତ ଦାବିକୁ ନେଇ ସିଧା କେନ୍ଦ୍ର ସରକାରଙ୍କ ସହ କଥା ହୁଅନ୍ତୁ । ଆନ୍ଦୋଳନ ଏହାର ବାଟ ନୁହେଁ । ଏହାର ସମାଧାନ ଆଲୋଚନା ମାଧ୍ୟମରେ ହିଁ ବାହାରିବ । ତେଣୁ ଆପଣମାନେ ଆନ୍ଦୋଳନ ନ କରନ୍ତୁ ବୋଲି ସେ ଅପିଲ କରିଛନ୍ତି ।

 

Share