ମୁମ୍ବାଇ,୪।୮: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ୨୦୨୩ରେ ଫିଲ୍ମ ‘ଜୋରାମ’ ପାଇଁ ଅଭିନେତା ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଛି।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମନୋଜ ବାଜପେୟୀ ଓ ପ୍ରଡକଶନ ହାଉସ ଜି ଷ୍ଟିଡିଓଜ ଜଏଣ୍ଟଲି ଖୁସି ବ୍ୟକ୍ତ କରିଛନ୍ତି। ଜୋରାମ ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଦୁଇ ଦୁଇଟି ପୁରସ୍କାର ପାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ଏଥିରେ ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଥିବା ବେଳେ ବେଷ୍ଟ ସିନେମାଟୋଗ୍ରାଫି ଆଓ୍ବାର୍ଡ ପାଇଛନ୍ତି ପିୟୁସ ପୁଟ୍ଟି।
‘ଜୋରା’ ହେଉଛି ଏକ ସର୍ଭାଇଭାଲ-ଥ୍ରୀଲର ମୁଭି। ଏହା ସ୍ଥାନାନ୍ତର ହୋଇଥିବା ଜଣେ ଦେଶୀୟ ନାଗରିକଙ୍କ କାହାଣୀ। ମାଖିଜା ଫିଲ୍ମର କୋଲାବରେଶନରେ ଏହା ନିର୍ମାଣ କରାଯାଇଛି। ଅଭିନେତା ମନୋଜ ବାଜପେୟୀ କହିଛନ୍ତି, ଦର୍ସୁ ଭଳି ଏକ ଜଟିଳ କ୍ୟାରେକ୍ଟର ପ୍ଲେ କରି ମୁଁ ବହୁତ ଖୁସି। ବାହାରୁ ଏହି ଚରିତ୍ରଟି ଜଣେ ଅଡିନାରୀ ମ୍ୟାନ ଭଳି ଦେଖାଯାଉଥିବା ବେଳେ ସେ କେବେ ଲୋକ ଲୋଚନକୁ ଆସି ନ ଥାଏ, ହେଲେ ନୋ ଓ୍ବେ ହି ଇଜ ଏ କମନ ମ୍ୟାନ! ବ୍ରିଲିୟାଣ୍ଟ ଷ୍ଟୋରୀ ସହ ଇମ୍ପାକ୍ଟଫୁଲ କ୍ୟାରେକ୍ଟରରେ କାମ କରି ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ମନୋଜ ବାଜପେୟୀ।