Categories: ଜାତୀୟ

‘ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼ ହିନ୍ଦୁ ମୋ ନଜରରେ ନାହାଁନ୍ତି’ , ରାଜନୀତି, ଧର୍ମକୁ ନେଇ ଭାଜପା ଉପରେ ବର୍ଷିଲେ ଆରଜେଡି ନେତା

ନୂଆଦିଲ୍ଲୀ,୧୮।୧: ଆରଜେଡି ଏମ୍‌ପି ମନୋଜ ଝା ଧର୍ମ ଏବଂ ରାଜନୀତି ସମ୍ପର୍କରେ ଗୁରୁବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମନୋଜ ଝା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଭାଜପା ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼ ହିନ୍ଦୁ ମୋ ନଜରରେ ନାହାଁନ୍ତି, ଯେଉଁ ବ୍ୟକ୍ତିଙ୍କୁ ଗୁଳି ଲାଗିଥିଲା କିନ୍ତୁ ତଥାପି ସେ ‘ହେ ରାମ’ କହି ଦୁନିଆ ଛାଡିଥିଲେ। ସେ କଦାପି ରାଜନୀତି ଏବଂ ଧର୍ମକୁ ମିଶ୍ରିତ କରିନଥିଲେ।

ମନୋଜ କହିଛନ୍ତି, ମହାତ୍ମା ଗାନ୍ଧୀ ଜାଣିଥିଲେ ଯେ ରାଜନୀତିରେ ଧାର୍ମିକତା ଭକ୍ତବାଦରେ ପରିଣତ ହୁଏ … ଆଜି ଅନେକ ମାସ ଧରି ଏହି ଦେଶରେ ରୋଜଗାର ବିଷୟରେ କୌଣସି ଆଲୋଚନା ହୋଇନାହିଁ। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ରୋଜଗାରର ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଜାଣନ୍ତି ଯେ ସେମାନେ ବିଫଳ ହୋଇଛନ୍ତି ଏବଂ ସେଥିପାଇଁ ସେମାନେ ସେମାନଙ୍କର ବିଫଳତାକୁ ଏଥିରୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି।

ସୂଚନାଯୋଗ୍ୟ, ୨୨ ଜାନୁଆରୀରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭାଜପା ସମଗ୍ର ଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛି। ଆସନ୍ତା ଲୋକ ସଭା ନିର୍ବାଚନରେ ଏହା ଭାଜପା ପାଇଁ ସବୁଠାରୁ ବଡ ପ୍ରସଙ୍ଗ ହେବ ଏବଂ ହିନ୍ଦୁତ୍ୱ ପ୍ରସଙ୍ଗରେ ଭାଜପା ନିର୍ବାଚନ ଡଙ୍ଗା ପାର କରିବାର ପ୍ରସ୍ତୁତରେ ଅଛି। ବିରୋଧୀମାନେ କ୍ରମାଗତ ଭାବରେ ରାମ ମନ୍ଦିର ସମ୍ପର୍କରେ ଭାଜପା ଉପରେ ଅଭିଯୋଗ ଆଣୁଛନ୍ତି।

Share