ପ୍ରଥମ ଥର ମୁହଁ ଖୋଲିଲେ ମନୋଜ ମିଶ୍ରଙ୍କ ସ୍ତ୍ରୀ, କହୁ କହୁ କହିଦେଲେ ଏମିତି…

ଭୁବନେଶ୍ୱର,୮।୯: ଓଡ଼ିଆ ସିନେମାର ସ୍ଥିତି ଏବେ ଏବେ କିଛି ମାତ୍ରାରେ ସୁଧୁରିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ ତଳେ ଓଲିଉଡକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ସେ କଥାର ସମାଧାନ ହେବାକୁ ମଧ୍ୟ ବହୁ ସମୟ ଲାଗିଥିଲା। ପୁଣିଥରେ ଏକ ବିବାଦ ସାମ୍ନାକୁ ଆସିଛି। ଯେଉଁଠି ପୂଜା ବଜାରରେ ସିନେମାର ଚର୍ଚ୍ଚା ଚାଲିବା କଥା ସେଠାରେ ଓଲିଉଡର ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଭିନେତା ଅନୁଭବ, ବାବୁସାନ ଓ ଅରିନ୍ଦମଙ୍କ ଭଳି ଷ୍ଟାରଙ୍କୁ ବ୍ରେକ ଦେଇଥିବା ନେଇ ବାରମ୍ବାର ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କହିଆସୁଛନ୍ତି ପ୍ରଯୋଜକ ଟୁଟୁ ନାୟକ। ଏଥି ସହ ନିକଟରେ ସେ ଅନୁଭବଙ୍କ ନାମରେ କହିଛନ୍ତି ଯେ, ଅନୁଭବ ତାଙ୍କୁ କହିଥିଲେ ଅରିନ୍ଦମଙ୍କୁ ଫିଲ୍ମରେ ନ ନେବାକୁ। ଏଥିସହ ସେ ତାଙ୍କୁ ନିର୍ଦ୍ଦିଷ୍ଟ ଜଣେ ନିର୍ଦ୍ଦେଶକଙ୍କୁ ତାଙ୍କ ଫିଲ୍ମରେ କାମ କରିବାକୁ ବାଧ୍ୟ କରୁଥିଲେ ବୋଲି କହିଥିଲେ। ଏହାର ପ୍ରତିଉତ୍ତରରେ ଅନୁଭବ ମହାନ୍ତି ମଧ୍ୟସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଛାଡ଼ି କହିଛନ୍ତି, ଟୁଟୁ ନାୟକ ତାଙ୍କ ନାମରେ ଅପପ୍ରଚାର କରୁଛନ୍ତି। ମୁଁ ଆପଣଙ୍କଠୁ ବହୁତ ସାନ। ଆପଣ ନିଜର ସମ୍ମାନ ରକ୍ଷା କରନ୍ତୁ ଭଳି ଅନେକ କଥା କହିଛନ୍ତି। ସେହିପରି ଅନୁଭବ ଓ ଟୁଟୁଙ୍କ କଳି ଭିତରେ ଭିନେତା ମନୋଜ ମିଶ୍ର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ସେଥିରେ ସେ କହିଛନ୍ତି , ଆପଣ ଓଡ଼ିଆ ସିନେମାର ବ୍ରହ୍ମା ନୁହଁନ୍ତି। ସବୁ ଷ୍ଟାରଙ୍କ ଭିତରେ ନିଜସ୍ବ କ୍ବାଲିଟି ରହିଛି। ଅନୁଭବ ମଧ୍ୟ ବୟାନବାଜିରୁ ଦୂରେଇ ରହିବା ସହ ଷ୍ଟାରଙ୍କ ଭିତରେ ଅଯଥା କଳି ନଲଗାଇବାକୁ ପରାମର୍ଶ ଦେଇଛନ୍ତି।

ତେବେ ଏହାରି ଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ମନୋଜଙ୍କ ସ୍ତ୍ରୀ। ମମତା ନନ୍ଦ ଅଇ ଲଭ ୟୁ ୨ ଦେଖିବାକୁ ଆସିଥିଲେ। ଯାହାକୁ ନେଇ ସେ କହିଛନ୍ତି, ଫିଲ୍ମରେ ଯିଏ ହିରୋ ଅଛନ୍ତି ସିଏ ପ୍ରଥମ ତର ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। କିନ୍ତୁ ମୋତେ ଫିଲ୍ମ ଭଲ ଲାଗିଲାନି।

ନିକଟରେ ଟୁଟୁ ନାୟକଙ୍କ ଫିଲ୍ମ ଆଉ ଲଭ ୟୁ ୨ ଶୁକ୍ରବାର ରିଲିଜ ହୋଇଛି। ମାତ୍ର କଟକ କମର୍ସିଆଲ କୋର୍ଟ ପକ୍ଷରୁ ଫିଲ୍ମକୁ ରିଲିଜ ନ କରିବାକୁ ନୋଟିସ ଆସିଛି। ଯଦି ଫିଲ୍ମ ରିଲିଜ ହେବ ସେ ନେଇ ସର୍ତ୍ତ ପୂରଣ କରିବାକୁ ସେଥିଲେ ଲେଖାଯାଇଛି। ବ୍ରଜରାଜ ମୁଭିସ୍‌ ବୋଲି କୌଣସି ଲୋଗୋ କି ନାମ ଉଲ୍ଲେଖ ହେବନି। ଯଦି ହେବ ତାହାଲେ ଫିଲ୍ମ ରିଲିଜ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଫିଲ୍ମଟି ଆଜି ହଲରେ ରିଲିଜ ହୋଇଛି। ବର୍ତ୍ତମାନ ଅଧିକରୁ ଅଧିକ ସିନେମା ଚାଲିବାର ଆବଶ୍ୟକତା ଥିବା ବେଳେ ବିବାଦ ଘେରରେ ବାରମ୍ବାର ଛନ୍ଦି ହେଉଛି ଓଡ଼ିଆ ସିନେମା।

Share