ନବଙ୍କ ନାଁରେ ଗୋପାଳଙ୍କୁ ଭୟଭୀତ କରାଇଥିଲେ ମନୋଜ

ସମ୍ବଲପୁର,୨୯ା୭(ଶୁଭାଶିଷ ପାଢ଼ୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାକୁ ୬ ମାସ ବିତିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜଶିଟ୍‌କୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଶୁକ୍ରବାର ପଲିଗ୍ରାଫ ପରୀକ୍ଷା ରିପୋର୍ଟକୁ ନେଇ ପୁଣି ସନ୍ଦେହ ଜାତ ହୋଇଛି। ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ମନୋଜ ବରିହା ଗୋପାଳଙ୍କୁ ଭେଟି କହିଥିଲେ, ନବ ଦାସ ତମ ଉପରେ ରାଗିଛନ୍ତି, ଟିକେ ଦେଖିକି ଚଳିବ। ଏଥିରେ ଗୋପାଳ ଭୟଭୀତ ହୋଇଯାଇଥିଲେ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଓ ପଲିଗ୍ରାଫ୍‌ ପରୀକ୍ଷା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉଭୟ ତଦନ୍ତରେ ମନୋଜଙ୍କ ନାମ ଆସୁଛି। ଯଦି ମନୋଜ ଗୋପାଳଙ୍କୁ ଭୟଭୀତ କରିଥିଲେ, ତା’ହେଲେ ମନୋଜଙ୍କ ପଛରେ ଷଡ଼ଯନ୍ତ୍ରକାରୀ କିଏ ବୋଲି ଅଭିଯୁକ୍ତ ଗୋପାଳଙ୍କ ଓକିଲ ନରେଶ ନାଏକ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଠିକ୍‌ ଭାବେ କରିନାହିଁ। କେବଳ ଗୋପାଳଙ୍କୁ ଦୋଷୀ କରିବା ପାଇଁ ଚେଷ୍ଟା କରିଛି। ଅନ୍ୟ ଦିଗକୁ ଗୁରୁତ୍ୱ ଦେଇନାହିଁ। ମନୋଜଙ୍କ ମୋବାଇଲ ଫୋନ ଯାଞ୍ଚ କରିବାର ଥିଲା। ତଦନ୍ତରେ ଯାହାର ନାମ ଓ ଲିଙ୍କ୍‌ ଆସୁଥିଲା ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ା କେବଳ ତାଙ୍କର ଏକ ବୟାନ ରେକର୍ଡ କରାଯାଇଛି। ହତ୍ୟା କରିବା ଲୋକ ଯେତିକି ଦୋଷୀ ହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ବ୍ୟକ୍ତି ସମାନ ଭାବେ ଦୋଷୀ। ଅନ୍ୟକୁ ନିୟୋଜିତ କରି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥାଇପାରେ। ଗୋପାଳଙ୍କ ପଲିଗ୍ରାଫ୍‌ ପରୀକ୍ଷା କରାଯାଇଛି। ଏଥିରେ ପୂର୍ବ ପ୍ରସ୍ତୁତି ପ୍ରଶ୍ନ ପଚରାଯାଇଛି। ମୋଟ ୨୬ ପ୍ରଶ୍ନ ପଚାରି କେବଳ ହଁ ନାହିଁରେ ଉତ୍ତର ନିଆଯାଇଛି। ପଲିଗ୍ରାଫ୍‌ ପରୀକ୍ଷାରେ ଗୋପାଳଙ୍କୁ ମାନସିକ ରୋଗର ଔଷଧ ଖାଉଥିବା କଥା ପଚରାଯାଇଛି। ସେଥିରେ ସେ କିଛିଦିନ ହେଲା ଔଷଧ ଖାଇବା ଛାଡ଼ିଦେଇଥିବା କଥା କହିଛନ୍ତି। ତେଣୁ ସେ ମାନସିକ ରୋଗୀ ଥିବା ଜଣାପଡୁଛି। ଅନ୍ୟପଟେ ମେଡିକାଲ କର୍ମଚାରୀ ମନୋଜ ଭୟଭୀତ କରିଥିବା କଥା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ସେଥିରେ ଗୋପାଳ ରାଜି ହୋଇଛନ୍ତି।ସେହିପରି ଗୋପାଳଙ୍କ ପୁତୁରାକୁ ଚାକିରି ଦେବା ନେଇ ନବଙ୍କ ସହ ବଚସା ହେବା, ନବଙ୍କ କର୍ମୀ ଓ ସମର୍ଥକ ଧମକ ଦେବା, ମନ୍ତ୍ରୀ ନିଜେ ହତ୍ୟା ଧମକ ଦେବା ଭଳି ଅନେକ ପ୍ରଶ୍ନ ରହିଥିଲା। ହେଲେ ଗୋପାଳ ଟଙ୍କା ଜବତ କରିବା ପରେ ନବ ରାଗିଥିବା, ନବଙ୍କ ସମର୍ଥକଙ୍କୁ ମାରପିଟ କରିବା ଯୋଗୁ ତାଙ୍କ ଉପରେ ରାଗ ଥିବା, ନବଙ୍କ କର୍ମୀମାନେ ହତ୍ୟା ଧମକ ଦେଇଥିବା ଭଳି ପ୍ରଶ୍ନରେ ହଁ କରିଥିଲେ। ଏଥିରୁ ଜଣାପଡୁଛି ଗୋପାଳ ଓ ନବଙ୍କ ଭିତରେ ସମ୍ପର୍କ ଠିକ୍‌ ନ ଥିଲା ବୋଲି ଓକିଲ ନାଏକ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ୨୯ରେ ଝାରସୁଗୁଡା ଜିଲା ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧୀ ଛକରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ସର୍ଭିସ ବନ୍ଧୁକରୁ ଗୁଳିକରି ହତ୍ୟା କରିଥିଲେ। ତାଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଝାରସୁଗୁଡ଼ା ଜେଲରେ ରଖାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି। ହତ୍ୟାକାଣ୍ଡର ୧୧୮ଦିନ ପରେ ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମ୍‌ବ୍ରାଞ୍ଚ ୫୩୪ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଏଥିରେ ୮୯ ଜଣଙ୍କ ସାକ୍ଷ୍ୟ ଓ ଜେରା କରାଯାଇଥିବା ରିପୋର୍ଟ ରହିଥିଲା। ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି ା ଏପରି କି ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଦର୍ଶାଯାଇଛି। ହେଲେ ହତ୍ୟାର ରହସ୍ୟ ଏ ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ଖୋଲିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri