Categories: ଜାତୀୟ

ଜମ୍ମୁ-କଶ୍ମୀରକୁ ମିଳିଲା ନୂଆ ଉପରାଜ୍ୟପାଳ

ଶ୍ରୀନଗର,୭।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଶହପଥ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଏଏସ୍‌ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁଙ୍କ ସ୍ଥାନରେ ଏବେ ୬୧ବର୍ଷୀୟ ସିହ୍ନା ଦାୟିତ୍ୱ ସମ୍ଭାଳିବେ। ପୂର୍ବରୁ ମନୋଜ ସିହ୍ନା ନେତା ଥିବା ବେଳେ ଏବେ କେନ୍ଦ୍ର ଶାସିତ ପ୍ରଦେଶର ନୂଆ ଦାୟିତ୍ୱ ସମ୍ଭାଳିବେ। ଶୁକ୍ରବାର ଜମ୍ମୁ-କଶ୍ମୀର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ରାଜଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେବା ପରେ ସିହ୍ନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଭାରତର ସ୍ବର୍ଗ, ଏଠାରେ କୌଣସି ଅରାଜକତାର ସ୍ଥାନ ନାହିଁ। ସହରରେ ଶାନ୍ତି ବଜାୟ ରଖିବା ସହ ବିକାଶର ଗତି ତ୍ୱରାନ୍ବିତ କରିବା ଆମର ଲକ୍ଷ୍ୟ। ମୋତେ ଏହାର ଭୂମିକା ନିର୍ବାହ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ନୂଆ ଉପରାଜ୍ୟପାଳ ସିହ୍ନା କହିଛନ୍ତି।

 

Share