ତୃତୀୟଥର ବାପା ହେଲେ ମନୋଜ

ନୂଆଦିଲ୍ଲୀ,୧୨।୧୨: ଭାଜପା ଏମ୍‌ପି ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ତୃତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମନୋଜ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମନୋଜ କହିଛନ୍ତି, ଏହା ଜଣାଇବା ଅତ୍ୟନ୍ତ ଆନନ୍ଦଦାୟକ ଯେ, ଲକ୍ଷ୍ମୀଙ୍କ ପରେ ସରସ୍ବତୀ ମୋ ଘରକୁ ଆସିଛନ୍ତି। ଆଜି ଘରେ ଏକ ସୁନ୍ଦର ଝିଅ ଜନ୍ମ ହୋଇଛି । ଆପଣ ସମସ୍ତେ ତାଙ୍କୁ ଆଶୀର୍ବାଦ କରନ୍ତୁ। କିଛି ଦିନ ପୂର୍ବରୁ ୫୧ ବର୍ଷିୟ ମନୋଜ ତିୱାରୀ ସ୍ତ୍ରୀ ସୁରଭିଙ୍କ ‘ବେବି ସାୱର’ର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ।
ସୁରଭି ମନୋଜ ତିୱାରୀଙ୍କ ଦ୍ୱିତୀୟ ସ୍ତ୍ରୀ ଏବଂ ସେମାନଙ୍କ ପ୍ରଥମ ଝିଅ ୨୦୨୦ରେ ଜନ୍ମ ହୋଇଥିଲା। ଏହାପୂର୍ବରୁ ମନୋଜ ତିୱାରୀ ୧୯୯୯ରେ ରାନୀ ତିୱାରୀଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ରିତି ନାମକ ଏକ ଝିଅ ଅଛନ୍ତି। ବିବାହର ୧୧ ବର୍ଷ ପରେ ୨୦୧୨ରେ, ମନୋଜ ଏବଂ ରାନୀ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Share