ଏହି ପଞ୍ଜାବୀ ଗାୟକଙ୍କ ପ୍ରେମରେ ଉବୁଟୁବୁ ମନୋଜ ତିଓ୍ବାରୀଙ୍କ ପ୍ରଥମ ସ୍ତ୍ରୀ ରାନୀ, ପୋଷ୍ଟକୁ ନେଇ ବଢ଼ୁଛି…

ବମ୍ବେ: ଭାରତୀୟ ଜନତା ପାର୍ଟି ଏମ୍‌ପି ତଥା ଭୋଜପୁରୀ ସିନେମାର ସୁପରଷ୍ଟାର ମନୋଜ ତିଓ୍ବାରୀଙ୍କ ପୂର୍ବପତ୍ନୀ ରାନୀ ତିଓ୍ବାରୀ ଏବେ ଚର୍ଚ୍ଚାର। ସେ ଏବେ ପଞ୍ଜାବୀ ଗାୟକ ଏକମ୍‌ ବାବାଙ୍କୁ ଡେଟ୍‌ କରୁଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏକମ୍‌ ଏକ ଫଟୋ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଫଟୋ ପୋଷ୍ଟ କରି ଏକମ୍‌ ଲେଖିଛନ୍ତି, ହୃଦୟର କଥା ନିହାତି ଥରେ ପଢ଼ିବ। ସବୁ ମୂହୁର୍ତ୍ତରେ ଭଲ ପାଇବି ବୋଲି କଥା ଦେଉଛି। ସବୁ ମୂହୁର୍ତ୍ତରେ ସାଥିରେ ରହିବି ବୋଲି କଥା ଦେଉଛି। କେବେହେଲେ ଭାବିବ ନାହିଁ କି ମୁଁ ତୁମକୁ ଭୁଲିଯିବି। ସାରା ଜୀବନ ଆପଣଙ୍କ ସହିତ ରହିବାର ପ୍ରତିଶ୍ରୁତି ମୁଁ ଦେଉଛି। ଆଇ ଲଭ୍‌ ୟୁ ମେରି ଜାନ୍‌।’ ଏକମ୍‌ଙ୍କ ପୋଷ୍ଟଟି ଭାଇରାଲ ହେବା ସହ ରାନୀଙ୍କୁ ଲୋକେ ଭବିଷ୍ୟତ ଜୀବନ ପାଇଁ ଶୁଭକାମନା ଜଣାଉଛନ୍ତି।

କହିରଖୁଛୁ, ରାନୀ ଭୋଜପୁରୀ ଫିଲ୍ମରେ ସକ୍ରିୟ ଥିଲେ। ସେ ମନୋଜଙ୍କୁ ୧୯୯୯ରେ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ରିତି ରହିଛି। ହେଲେ ୨୦୨୧ରେ ସେମାନେ ଅଲକା ହେବାକୁ ନିଷ୍ପତ୍ତି ନେଇଥିଲେ। ଶ୍ୱେତା ତିଓ୍ବାରୀଙ୍କ ପାଇଁ ତାଙ୍କର ଛାଡ଼ପତ୍ର ହୋଇଥିବା କୁହାଯାଏ।

Share