ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ କହିଲେ ମନୋଜ ତିଓ୍ବାରୀ

ନୂଆଦିଲ୍ଲୀ,୧୮।୧୧: ଛଠ୍‌ ପୂଜାକୁ ସାର୍ବଜନୀନ ଅନୁମତି ଦେବାକୁ ନେଇ ଭାଜପା ସଦସ୍ୟ ମନୋଜ ତିଓ୍ବାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଛଠ୍‌ ପୂଜା ପାଇଁ କଡ଼ା କଟକଣା ଜାରି କରାଯାଇଛି। ସାର୍ବଜନୀନ ପୂଜା ନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମନୋଜ ତିଓ୍ବାରୀ ଉତ୍‌କ୍ଷିପ୍ତ ହୋଇ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ନମକ ହରାମ ବୋଲି ଟୁଇଟ୍‌ କରି କହିଛନ୍ତି। ମନୋଜଙ୍କ ଟୁଇଟର ହ୍ୟାଣ୍ଡେଲରେ ଏହା ପୋଷ୍ଟ କରାଯାଇଛି। ଏବେ ମନୋଜଙ୍କ ଟୁଇଟ୍‌ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରାୟ ୧୨ ଶହ ଛଠ୍‌ ଘାଟ ରହିଛି। ଏଠାରେ ପ୍ରତିବର୍ଷ ଶ୍ରଦ୍ଧାଳୁ ମହା ଆଡମ୍ବରରେ ପୂଜା କରିଥାନ୍ତି। ତେବେ ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼କୁ ବାରଣ କରାଯାଇଛି।

Share