Categories: ଖେଳ

ଅବସର ନିଷ୍ପତ୍ତି ବଦଳାଇଲେ ମନୋଜ ତିୱାରୀ

ନୂଆଦିଲ୍ଲୀ,୮।୮: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ମନୋଜ ତିୱାରୀ କ୍ରିକେଟରୁ ଅବସର ନେଇଥିଲେ। ତେବେ ୫ ଦିନ ମଧ୍ୟରେ ସେ ଅବସର ନେବା ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମନୋଜ ତିୱାରୀ ଅବସର ନେଇ ଏକ ୟୁ ଟର୍ନ ନେଇଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଆଜି ସେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଆନୁଷ୍ଠାନିକ ଘୋଷଣା କରିବେ।

ମନୋଜ ତିୱାରୀ ୩ ଅଗଷ୍ଟରେ କ୍ରିକେଟରୁ ବିଦାୟ ନେଇଥିଲେ। କିନ୍ତୁ ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ସେ ପୁଣି କ୍ରିକେଟ ମଇଦାନକୁ ଫେରିବେ। ଏନେଇ ମଙ୍ଗଳବାର ମନୋଜ ତିୱାରୀ ଏ ବିଷୟରେ ଘୋଷଣା କରିବେ। କୁହାଯାଉଛି ଯେ, ମନୋଜ ତିୱାରୀ ବେଙ୍ଗାଲୁରୁ କ୍ରିକେଟ ଆସୋସିଏଶନ ସଭାପତି ସ୍ନେହାଶିଶ ଗାଙ୍ଗୁଲିଙ୍କ ସହ କଥା ହେବା ପରେ ଅବସର ନିଷ୍ପତ୍ତି ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

Share