ପୁଣି ଥରେ ବାପା ହେବାକୁ ଯାଉଛନ୍ତି ମନୋଜ ତିଓ୍ବାରୀ

ବମ୍ବେ: ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଅଭିନେତା-ଗାୟକ ତଥା ରାଜନେତା ମନୋଜ ତିଓ୍ବାରୀ। ୫୧ ବର୍ଷୀୟ ମନୋଜଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ନିକଟରେ ଅଭିନେତାଙ୍କ ସ୍ତ୍ରୀ ସୁରଭି ତିଓ୍ବାରୀଙ୍କ ‘ଗୋଦଭରାଇ’ ଶେଷ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମନୋଜ ତୃତୀୟ ଥର ଲାଗି ବାପା ହେବାକୁ ଯାଉଛନ୍ତି। ସେ ଖୁସିକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। କିଛି ଖୁସିକୁ ଶବ୍ଦରେ ପରିପ୍ରକାଶ କରାଯାଇପାରେ ନାହିଁ। କେବଳ ଅନୁଭବ କରିହୁଏ ବୋଲି ସେ ପୋଷ୍ଟ କରି କହିଛନ୍ତି। ମନୋଜଙ୍କ ପୋଷ୍ଟ ପରେ ଭୋଜପୁରୀଜଗତ, ରାଜନେତାଙ୍କ ସହ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

Share