ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆଠାରୁ ପ୍ରାୟ ଦୁଇମାସ ହେବ ବିଦାୟ ନେଇଛନ୍ତି। କିନ୍ତୁ ତାଙ୍କ ପରିବାର ସମେତ ପ୍ରଶଂସକମାନେ ବିଶ୍ୱାସ କରିପାରୁ ନାହାଁନ୍ତି ଯେ ସେ ଆଉ ଏହି ଦୁନିଆରେ ନାହାଁନ୍ତି। ଜୁନ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଯାହା ପରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ସୁଶାନ୍ତଙ୍କ ବାପା ମଧ୍ୟ ତାଙ୍କ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଇଡି ରିୟା ଏବଂ ତାଙ୍କ ପରିବାରକୁ ପଚରାଉଚରା କରୁଛି। ପ୍ରତିଦିନ ନୂଆ ଘଟଣା ପ୍ରକାଶ ପାଉଛି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟର ମନୋଜ ତିୱାରୀ ରିୟାଙ୍କୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
୩୪ ବର୍ଷୀୟ ଖେଳାଳି ଟୁଇଟରରେ ଲେଖିଛନ୍ତି ଟଙ୍କା କେବଳ ଅଳସୁଆ ଝିଅମାନଙ୍କୁ ପ୍ରଭାବିତ କରେ। ଯେତେବେଳେ ଜଣେ ମହିଳା କଠିନ ପରିଶ୍ରମ କରନ୍ତି, ଟଙ୍କା ଥିବା ପୁରୁଷ ପାଇଁ ଏହା ବୋନସ, ଆଗକୁ ବଢିବା ପାଇଁ ସିଡ଼ି ନୁହେଁ। ଏହାପୂର୍ବରୁ ମନୋଜ ତିୱାରୀ କହିଥିଲେ ଯେ କ୍ରିକେଟରଙ୍କ କାମ କେବଳ ପଡ଼ିଆରେ ଖେଳିବା ନୁହେଁ। ସେମାନଙ୍କର ମଧ୍ୟ ମତାମତ ଦେବାର ଦାୟିତ୍ୱ ଅଛି। ଯଦି ଦେଶରେ ଏକ ବଡ଼ ମାମଲା ଚାଲୁଛି, ତେବେ ପ୍ରଶଂସକମାନେ ଚାହାଁନ୍ତି ଯେ ସେମାନେ ଏହା ଉପରେ ସେମାନଙ୍କର ମତାମତ ଦିଅନ୍ତୁ । ମନୋଜ ତିୱାରୀ କହିଛନ୍ତି ଯେ ଅନେକ ପ୍ରଶଂସକ ତାଙ୍କୁ ଟ୍ୟାଗ କରିଛନ୍ତି ଯେ ସୁଶାନ୍ତଙ୍କ ମାମଲାରେ କୌଣସି କ୍ରିକେଟର କିଛି କହୁନାହାଁନ୍ତି। ପ୍ରଶଂସକମାନେ ଏହା ଉପରେ ସେମାନଙ୍କର ମତାମତ ଚାହୁଁଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେହି ଏହି ପ୍ରସଙ୍ଗରେ ନିଜର ମତାମତ ଦିଅନ୍ତି କି ନାହିଁ, ଏହା ସେମାନଙ୍କର ନିଜସ୍ବ ନିଷ୍ପତ୍ତି।