ପଶୁ ଠାରୁ ବଳିଗଲା ମଣିଷର ପାଶବିକତା: ଅସୁସ୍ଥ ଓଟକୁ ଛାଡ଼ି…

ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଜୀବନ ସାରା ଓଟ ପିଠିରେ ବସାଇ ଟଙ୍କା କମାଇ ଥିବା ମାଲିକ ଶେଷରେ ପୋଷା ଅସୁସ୍ଥ ଓଟକୁ ବଲାଙ୍ଗୀର ରାଜରାସ୍ତାରେ ଅସହାୟ ଅବସ୍ଥାରେ ଛାଡି ଫେରାର ମାରିବା ଘଟଣା ହଇଚଇ ସୃଷ୍ଟି କରିଛି। ଅସୁସ୍ଥ ଓଟଟି ଦୀର୍ଘ ଘଣ୍ଟା ଧରି ଛଟପଟ ହେବା ପରେ ମୃତ୍ୟୁବରଣ କରିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ଶନିବାର ରାତିରୁ ବଲାଙ୍ଗୀର ବ୍ରାହ୍ମଣପଡାସ୍ଥିତ କରଙ୍ଗାକଟା ହିଡ ଉପରେ ଏକ ଅସୁସ୍ଥ ଓଟକୁ ଛାଡି ତାର ମାଲିକ କୁଆଡେ ଫେରାର ହୋଇଯାଇଥିଲା। ରବିବାର ସକାଳେ ଓଟଟି ସେଠାରେ ପଡି ରହି ଜୀବନ ସହ ସଂଘର୍ଷ କରୁଥିବା ଦେଖି ସ୍ଥାନୀୟ ସ୍ବେଚ୍ଛାସେବୀ ପ୍ରଶାନ୍ତ ମହାକୁର ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କର୍ତ୍ତବ୍ୟ ଫାଉଣ୍ଡେଶନ ଏବଂ ବଲାଙ୍ଗୀର ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କର୍ତ୍ତବ୍ୟ ଫାଉଣ୍ଡେଶନର ସ୍ବେଚ୍ଛାସେବୀ କାହ୍ନା ଶତପଥୀ ଘଟଣାସ୍ଥଳରେ ପହଞ୍ଚତ୍ ଛଟପଟ ହେଉଥିବା ଓଟର ଚିକିତ୍ସା ପାଇଁ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କୁ ଯୋଗଯୋଗ କରିଥିଲେ। ବହୁ ଉଦ୍ୟମ ସତ୍ତ୍ୱେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଓଟଟି ମୃତ୍ୟୁବରଣ କରିଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟ ଅଞ୍ଚଳରୁ ଅନେକ ମାଲିକ ଓଟ, ଗଧ ଓ ଘୋଡା ନେଇ ଏହି ଅଞ୍ଚଳକୁ ଆସିଥାନ୍ତି। ଏଠାକାର ପିଲାଛୁଆ ତଥା ଲୋକଙ୍କୁ ମରୁଭୂମିର ଜାହାଜ କୁହାଯାଉଥିବା ଓଟ ପିଠିରେ ବସାଇ ମାଲିକ ବେଶ୍‌ କିଛି ଟଙ୍କା ରୋଗଜାର କରିଥାନ୍ତି। ତେବେ କିଛିବର୍ଷ ହେଲା କେତେଜଣ ମାଲିକ ଅସୁସ୍ଥ ଓ ବୟସ୍କ ଓଟକୁ ଆଣି ଏଭଳି ଖଟାଇବା ପରେ ଏଠାରେ ଅସହାୟ ଅବସ୍ଥାରେ ଛାଡି ଦେଇ ଫେରାର ମାରିବା ଭଳି ଘଟଣା ଘଟୁଛି। ଅସୁସ୍ଥ ଓଟଟି ମୃତ୍ୟୁବରଣ କରିବା ପରେ କାହ୍ନା ଶତପଥୀଙ୍କ ନେତୃତ୍ୱରେ ସହର ଉପକଣ୍ଟ ବିଜାଖମନ ଜଙ୍ଗଲ ଭିତରେ ତାକୁ ପୋତି ଦିଆଯାଇଛି। ପ୍ରାଣୀଧନ ଉପନିର୍ଦ୍ଦେଶକ ଜଳଧର ପ୍ରଧାନ ଘଟଣାସ୍ଥଳକୁ ଆସି ଅସୁସ୍ଥ ଓଟର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଜେସିବି ପଠାଇ ମୃତ ଓଟକୁ ଉଠାଇବା ବ୍ୟବସ୍ଥା କରିଥିବା ଜଣାପଡିଛି। ପାର୍ବଣ, ଯାନିଯାତ୍ରା ସମୟରେ ଓଟ, ଘୋଡା, ଗଧ ଭଳି ପୋଷା ପଶୁଙ୍କୁ ଟଙ୍କା କମାଇବା ପାଇଁ ନ ଆଣିବା ଦିଗରେ ପଦକ୍ଷେପ ନେବାକୁ ସ୍ବେଚ୍ଛାସେବୀ ଶତପଥୀ ଓ ମହାକୁର ପ୍ରଶାସନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ...

ବବିଙ୍କ ଆହ୍ବାନ କହିଲେ…

ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍‌କେ ଲଜିଂ...

କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ

କେସିଙ୍ଗା, ୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି...

ଗାଁ ଗାଁ ରେ ବିକ୍ରି ହେଉଛି ଦେଶୀ ବିଦେଶୀ ମଦ, ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ସବୁଠି ମିଳୁଛି ଦେଶୀ ବିଦେଶୀ ମଦ। ପାନ ଦୋକାନ,ତେଜରାତି ଦୋକାନଠୁ ଆରମ୍ଭ କରି ପ୍ରତି ଗ୍ରାମର ଛକ...

ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ

ଡେରାବିଶ,୩୦।୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଞ୍ଚଳରେ ଜମି ବ୍ୟବସାୟୀଙ୍କ ରାଜ୍‌ ଚାଲିଛି। ଜମି ଯୋଗାଇ ଦେବା ଆଳରେ କେତେଜଣ ବ୍ୟକ୍ତି ଅନ୍ୟର...

ମୃତଦେହ ରଖି ରାସ୍ତାରୋକୋ

ବରଗଡ଼୍‌,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଉକ୍ତ...

ବିନା କାରଣରେ ନିସ୍ତୁକ ପିଟିଲା ପୋଲିସ, ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ୟକ୍ତି

ରାଜନଗର,୩୦।୯(ତ୍ରିଲୋଚନ ଦାସ ): କେନ୍ଦ୍ରାପଡା ରାଜନଗର ପୋଲିସ ସାଧାରଣ ଲୋକଙ୍କୁ ବିନା କାରଣରେ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି। ରାଜନଗର ଥାନା ଅନ୍ତର୍ଗତ ହଂସିଣା...

ଖାଲରେ ପଡିଲା ହାତୀ, ବାହାରିବାକୁ ଲଗାଇଛି କସରତ

ଭବାନୀପାଟଣା,୩୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ କାର୍ଯ୍ୟାଳୟ ଅଧିନସ୍ଥ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶରେ ଥିବା ଏକ ଖାଲରେ ସୋମବାର ସକାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri