Categories: ଜାତୀୟ

ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ

ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି । ପୂର୍ବରୁ ଏହି ଦଳରେ ଆଉ ଜଣେ ଗ୍ଲାମରସ୍ ନେତ୍ରୀ ଅଳକା ଲାମ୍ବା ଥିବା ବେଳେ ଅନେକ ସମୟରେ ସେ ଆସୁଥିଲେ ଚର୍ଚ୍ଚାକୁ । ଆଉ ଏବେ ମିସ୍ ଇଣ୍ଡିଆଙ୍କ ଯୋଗଦାନ ହୁଏତ ଦଳ ପାଇଁ କିଛି ଲାଭ ଆଣିପାରେ ବୋଲି ଆଲୋଚନା ହେଉଛି । ଦିଲ୍ଲୀ ପବ୍ଲିକ ସ୍କୁଲ, ଦ୍ୱାରକାରେ ସ୍କୁଲ ସାରିବା ପରେ ମାନସୀ ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ବି,ଟେକ୍ ଶେଷ କରିଛନ୍ତି । ଫାବ କଲର୍ସ ଫେମିନା ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଅଡିଶନ ସମୟରେ ମାସୀ କହିଥିଲେ ଭବିଷ୍ୟତରେ ସେ ଜନହୀତକର କାର୍ଯ୍ୟରେ ଯୋଗଦେବେ ।

Share