୬ ବର୍ଷର ସମ୍ପର୍କ ଭାଙ୍ଗିଯାଇଥିଲା; ଏବେ ଜାନୁୟାରୀରେ…

ବମ୍ବେ: ହାତକୁ ଦୁଇ ହାତ ହେବେ କୁଣ୍ଡଲୀ ଭାଗ୍ୟର ଆଉଜଣେ ଅଭିନେତ୍ରୀ। ଶ୍ରଦ୍ଧା ଆର଼୍ୟାଙ୍କ ପରେ ଏବେ ମାନସୀ ଶ୍ରୀବାସ୍ତବ ବିବାହ କରିବେ। ପ୍ରେମିକ ତଥା ଫୁଡ୍‌ ଆଣ୍ଡ ଟ୍ରାଭେଲ୍‌ ଫଟୋଗ୍ରାଫର କପିଲ ତେଜଓ୍ବାନୀଙ୍କ ହାତ ଧରିବେ ସେ। ଆସନ୍ତା ୨୦୨୨ ଜାନୁୟାରୀରେ ଏହି ବିବାହ ଅନୁଷ୍ଠିତ ହେବ।

ମାନସୀଙ୍କ ପ୍ରେମକାହାଣୀ ଦେଖିଲେ ସେ କପିଲଙ୍କୁ ଏକ ବିଜ୍ଞାପନ ଶୁଟିଂ ସମୟରେ ଭେଟିଥିଲେ। ହେଲେ ଏହା ସେତେଟା ଖାସ ନ ଥିଲା। ଉଭୟ ପରସ୍ପରକୁ ଭୁଲି ଯାଇଥିଲେ। ହେଲେ ସାତ ବର୍ଷ ପରେ ଊଭୟ ପରସ୍ପରକୁ ଭେଟିଥିଲେ। ଏହାପରେ ପ୍ରେମର ଗାଡ଼ି ଆଗକୁ ବଢ଼ିଥିଲା। ୨୦୧୯ରେ ସେମାନେ ସମ୍ପର୍କରେ ଥିବା ସ୍ପଷ୍ଟ କରିଥିଲେ।

କପିଲଙ୍କ ପୂର୍ବରୁ ମାନସୀ ମୋହିତଙ୍କ ପ୍ରେମରେ ପଡ଼ିଥିଲେ। ସେମାନେ ୬ ବର୍ଷ ଧରି ଡେଟ୍‌ କରିବା ପରେ ୨୦୧୬ରେ ନିର୍ବନ୍ଧ କରିଥିଲେ। ହେଲେ କିଛି ସମୟ ପରେ ଏହା ଭାଙ୍ଗି ଯାଇଥିଲା।

Share