ଆଣ୍ଡମାନ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଆଣ୍ଡମାନ ଛୁଇଁଲା ମୌସୁମୀ । ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷେ , ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି କହିଛନ୍ତି।
ଆଣ୍ଡମାନ ନିକୋବର ସାଗରରେ ବର୍ତ୍ତମାନ ମୌସୁମୀ ପ୍ରବେଶ କରିଛି । ଯାହା ଖୁବ୍‌ଶୀଘ୍ର ବଙ୍ଗୋପସାଗର ଅଞ୍ଚଳରେ ପ୍ରବେଶ କରିବ । ଏ ନେଇ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି।

Share