Categories: ଜାତୀୟ

ମନସୁଖ ହୋଇ ପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ !…

ଅହମଦାବାଦ,୧୧।୫ : କର୍ନାଟକ ର୍ନିବାଚନ ଫଳାଫଳ ପରେ ଭାରତୀୟ ଜନତା ପାର୍ଟି ନୀତି ସରକାରରେ ଅନେକ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ପରିବର୍ତ୍ତନ ସହିତ ଉତ୍ତରପ୍ରଦେଶ କ୍ୟାବିନେଟରେ ପରିବର୍ତ୍ତନ ଘଟିବାର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟରେ ସବୁଠାରୁ ବଡ ପରିବର୍ତ୍ତନ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସ୍ଥାନରେ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡବ୍ୟ ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି।

ଭୁପେନ୍ଦ୍ର ଏବଂ ମନସୁଖଙ୍କ ମଧ୍ୟରେ ଗୋଟିଏ ସମାନତା ହେଉଛି ଭୁପେନ୍ଦ୍ର ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଏବଂ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମନସୁଖ ଲମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ ଏବଂ ସିଧାସଳଖ ମନ୍ତ୍ରୀ ଚେୟାରରେ ବସିଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଦୁହେଁ ଭାଜପା ହାଇ କମାଣ୍ଡର ବିଶେଷ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି। ବର୍ତ୍ତମାନ ହାଇ କମାଣ୍ଡ ତାଙ୍କ ଭୂମିକା ପରିବର୍ତ୍ତନ କରିବାକୁ ଯାଉଛନ୍ତି।

Share