ଧସିଲା ମନ୍ତେଇ ସୁରକ୍ଷାବନ୍ଧ

ଚାନ୍ଦବାଲି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତ କନକପଲ୍ଲୀ ଗଁା ନିକଟରେ ଶନିବାର ମନ୍ତେଇ ନଦୀର ଶହେ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି। ଫଳରେ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀକୂଳରେ ପଥରପ୍ୟାକିଂ ସହ ରାସ୍ତା ନିର୍ମାଣ କରାଯାଉଛି। ହେଲେ କେତେବେଳେ ରାସ୍ତା ଦବି ଯାଉଛି ତ ଆଉ କେତେବେଳେ ନଦୀବନ୍ଧ ଧସି ଯାଉଛି। ଜୁଆର ପାଣି ଗଁା ଭିତରକୁ ପଶିଲେ ମନ୍ତେଇ ନଦୀରେ କୁମ୍ଭୀର ଦ୍ୱାରା ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି। ବିଭାଗ ପକ୍ଷରୁ ତୁରନ୍ତ କ୍ଷେତ୍ରୀୟ ତଦନ୍ତ ପୂର୍ବକ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।