Advertisement

ପରିବେଶ ସ୍ବଚ୍ଛତା ପାଇଁ ବନବିଭାଗ ଦେଲା ମନ୍ତ୍ର

ବ୍ରାହ୍ମଣୀଗାଁ,୨।୧୦(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସର ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଫାଟେ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କୁ ସ୍ମରଣ କରାଯାଇଥିଲା। ଏହି ଅବସରରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ସଂଯୁକ୍ତା ମଳିକ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀ ଗାଁ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପ୍ରଧାନ, ଅଙ୍ଗନବାଡି ସୁଭର ଭାଇଜର ବାସନ୍ତୀ ଜେନା, ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତରାୟ, ଏଡିଓ ନିଥଲିନ ଚାଲାନସେଟ, ସମିତି ସଭ୍ୟା ଜଳିତା ମାଝୀ ସମେତ ୧୨ ଜଣ ୱାର୍ଡ ମେମ୍ବର ଓ ଜନସାଧାରଣ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତରାୟ କହିଛନ୍ତି, ସ୍ବଚ୍ଛତା ହିଁ ସେବା ପରିବେଶ ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ ଆଜିର ଦିନ ହେଉଛି ଏକ ସ୍ମରଣୀୟ ଏବଂ ଜଙ୍ଗଲ କିପରି ସୁରକ୍ଷିତ ରହିବ, ଜଙ୍ଗଲ ଆମର ଜାତିୟ ସମ୍ପଦ ଏହାର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଥିଲେ। ଅଙ୍ଗନବାଡି ସୁଭରଭାଇଜର ବାସନ୍ତୀ ଜେନା କହିଥିଲେ, ଆମ ସମାଜରେ ବାଲ୍ୟ ବିବାହ ଦିନକୁ ଦିନ ବୃଦ୍ଧି ପାଉଛି ତେଣୁ ସମସ୍ତେ ସଚେତନତା ହେବା ଆବଶ୍ୟକ ଅଛି। ଯେପରି ବାଲ୍ୟ ବିବାହ ବନ୍ଦ ହୋଇ ପାରିବ ଓ ନାରୀ ନିର୍ଯାତନାରୁ ରକ୍ଷା ପାଇବ ସେନେଇ ପଦକ୍ଷେପ ଜରୁରୀ ବୋଲି କହିଥିଲେ। ସରପଞ୍ଚ ସଂଯୁକା ମଳିକ ଉପସ୍ଥିତ ଲୋକ ମାନଙ୍କୁ ସଛତା ଉପରେ ଶପଥ ପାଠ କରାଇଥିଲେ। ପଞ୍ଚାୟତ ପରିସର ସଫା କରିବା ସ୍ବଛତା ରଖିବା ନିହାତି ଆବଶ୍ୟକ ବୋଲି ସରପଞ୍ଚ ଶ୍ରୀମତୀ ମଳିକ କହିଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share