Categories: ଖେଳ

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର ପାଇଁ ଚାମ୍ପିଅନ ହେବାକୁ ବଞ୍ଚିତ ହୋଇଥିଲେ। ଏହା ପରେ ନୀରଜ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ,ତାଙ୍କ ହାତରେ ଫ୍ରାକ୍ଚର ଅଛି ଏବଂ ଏହା ସତ୍ତ୍ୱେ ସେ ଖେଳିବାକୁ ଆସି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଚଳିତ ସିଜିନ୍‌ ଶେଷ ହୋଇଛି ଏବଂ ବର୍ତ୍ତମାନ ଆଗାମୀ ସିଜନରେ ଅଧିକ ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିବି।

ଏହି ପୋଷ୍ଟରେ ପ୍ରଶଂସକଙ୍କ ଠାରୁ ଅନେକ ପ୍ରତିକ୍ରିୟା ଆସିଥିଲା ଏବଂ ସମସ୍ତେ ନୀରଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହି ପୋଷ୍ଟରେ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକରଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ ନୀରଜଙ୍କ ଟୁଇଟ୍‌କୁ ଶେୟାର କରି ଏହାର କ୍ୟାପସନରେ କିଛି ଲେଖିଛନ୍ତି ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି।

ମନୁ ନୀରଜଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଆଘାତରୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ନୀରଜଙ୍କ ପୋଷ୍ଟର ପ୍ରତିକ୍ରିୟାରେ ସେ ଲେଖିଛନ୍ତି,୨୦୨୪ରେ ଏକ ଚମତ୍କାର ସିଜିନ୍‌ ପାଇଁ ନୀରଜଙ୍କୁ ଅଭିନନ୍ଦନ। ମୁଁ ତୁମର ଶ୍ରୀଘ୍ର ଆରୋଗ୍ୟ ସହ ଏବଂ ଆଗାମୀ ବର୍ଷରେ ଅଧିକ ସଫଳତା କାମନା କରୁଛି।

ମନୁଙ୍କ ନାମ ପ୍ୟାରିସ ଅଲିମ୍ପିକ ରୌପ୍ୟ ପଦକ ବିଜେତା ତଥା ଟୋକିଓ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ଯୋଡା ଯାଇଥିଲା। ତେବେ ଏହାକୁ ତାଙ୍କ ପରିବାର ଖଣ୍ଡନ କରିଛନ୍ତି। ଏକ ଶୋ’ରେ ନୀରଜଙ୍କ ବିଷୟରେ ପ୍ରଶ୍ନ ପଚରାଯିବା ପରେ ମନୁ ରାଗିଯାଇ ଇଭେଣ୍ଟ ଛାଡିଥିଲେ।

ବ୍ରୁସେଲ୍ସରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚରେ ନୀରଜ ୮୭.୮୬ ମିଟର ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Share