Posted inଖେଳ

ଆଶା ଦେଲେ ମନୁ ଭାକର

ପ୍ୟାରିସ୍‌,୨୮।୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିନରେ ଭାରତୀୟ ଶୁଟରଙ୍କ ପାଇଁ ଅତ୍ୟନ୍ତ ସାଧାରଣ ରହିଥିବା ବେଳେ ଫାଇନାଲରେ ପ୍ରବେଶ କରି ଆଶା ଉଜ୍ଜୀବିତ ରଖିଛନ୍ତି ମନୁ ଭାକର। ଦ୍ୱିତୀୟ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ମନୁ ପ୍ରଥମ ଥର ଏକ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୩ ବର୍ଷ ତଳେ ବନ୍ଧୁକରେ ବୈଷୟିକ ତ୍ରୁଟି କାରଣରୁ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ମନୁ ଶନିବାର ଫାଇନାଲରେ ପ୍ରବେଶ କରିବା ସହ ଭାରତୀୟ ଶିବିରରେ ସାମାନ୍ୟ ଆଶ୍ୱସ୍ତି ଦେଖିବାକୁ ମିଳିଛି। ହରିୟାଣାର ଏହି ଶୁଟର ଜଣକ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ। ୫୮୦ ପଏଣ୍ଟ ଅର୍ଜନ କରି ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ସେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ହଙ୍ଗେରୀର ଅଭିଜ୍ଞ ଭେରୋନିକା ମେଜର ୫୮୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ରିଦିମ୍‌ ସାଙ୍ଗଓ୍ବାନ ୫୭୩ ପଏଣ୍ଟ ସହ ୧୫ତମ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ।
ସିରିଜ୍‌-୧ରେ ମନୁ ୯୭ ପଏଣ୍ଟ ସ୍କୋର କରି ଚମତ୍କାର ଆରମ୍ଭ କରିଥିଲେ। ଦ୍ୱିତୀୟ ସିରିଜ୍‌ରେ ମଧ୍ୟ ସମାନ ୯୭ ପଏଣ୍ଟ ସହ ଚତୁର୍ଥ ସ୍ଥାନ ହାସଲ କରିଥିଲେ ଭାକର। ଅନ୍ୟ ପକ୍ଷରେ ରିଦିମ୍‌ ୨୬ ନମ୍ବର ସ୍ଥାନକୁ ଖସି ଆସିଥିଲେ। ତେବେ ତୃତୀୟ ସିରିଜ୍‌ରେ ୯୮ ପଏଣ୍ଟ ସହ ଟପ୍‌-୨କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପଞ୍ଚମ ସିରିଜ୍‌ରେ ଏକ ଖରାପ ଶଟ୍‌ ସହ ୮ ପଏଣ୍ଟ ସ୍କୋର କରି ଭାକର ତୃତୀୟ ସ୍ଥାନକୁ ଖସି ଆସିଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରି ପାରିଥିଲେ। ରବିବାର ଅପରାହ୍ନ ୩.୩୦ ମିନିଟରେ ମନୁଙ୍କ ଫାଇନାଲ ମ୍ୟାଚ୍‌ ଖେଳାଯିବ।
୧୦ ମିଟର ଏୟାର ପିସ୍ତଲ ଓ ଏୟାର ରାଇଫଲ ଇଭେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଉଭୟରେ ଭାରତକୁ ନିରାଶ ହେବାକୁ ପଡିଛି। ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଏଲାଭେନିଲ ଭାଲାରିଭାନ-ସନ୍ଦୀପ ସିଂ ଓ ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡ଼ି ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ରମିତା-ଅର୍ଜୁନ ୬୨୮.୭ ପଏଣ୍ଟର ସ୍କୋର ସହ ଷଷ୍ଠ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଏଲାଭେନିଲ-ସନ୍ଦୀପଙ୍କ ଯୋଡ଼ି ୬୨୬.୩ ପଏଣ୍ଟ ସହ ୧୨ତମ ସ୍ଥାନରେ ଫିନିଶ କରିଥିଲେ। ରମିତା-ଅର୍ଜୁନଙ୍କ ଯୋଡ଼ି ମାତ୍ର ୧ ପଏଣ୍ଟ ପଛରେ ରହି ମେଡାଲ ରାଉଣ୍ଡ କଟ୍‌ ଅଫ୍‌ରୁ ବାଦ ପଡିଥିଲେ।
ଅନ୍ୟପକ୍ଷରେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ସରବଜୋତ୍‌ ସିଂ ଅଳ୍ପକେ ଫାଇନାଲ ପ୍ରବେଶରୁ ବଞ୍ଚିତ ହୋଇଥିଲେ। ସରବଜୋତ୍‌ ଓ ଜର୍ମାନୀର ରବିନ୍‌ ଓ୍ବାଲଟର ସମାନ ୫୭୭ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ତେବେ ଅଧିକ ଇନ୍ନର ୧୦ ସ୍କୋର କରିଥିବା କାରଣରୁ ରବିନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ରବିନ୍‌ ୧୭ ଓ ସରବଜୋତ୍‌ ୧୬ଟି ଇନର୍‌ ୧୦ ସ୍କୋର କରିଥିଲେ। ଅନ୍ୟତମ ଭାରତୀୟ ଅର୍ଜୁନ ସିଂ ଚିମା ୫୭୨ ପଏଣ୍ଟ ସ୍କୋର କରିଥିଲେ। ସେ ୧୦ ପର୍ଫେକ୍ଟ ୧୦ ସ୍କୋର ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲେ, ତେବେ ଖରାପ ପ୍ରଦର୍ଶନ କରିବା ସହ ୧୮ତମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ଚୋରା ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image