‘ପୃଥ୍ୱିରାଜ’ର ରିଲିଜ୍‌କୁ ନେଇ ଉତ୍ସାହିତ ଅଛନ୍ତି ମାନୁଷୀ

ମୁମ୍ବାଇ: ଡେବ୍ୟୁଟେଣ୍ଟ ମାନୁଷୀ ଛିଲ୍ଲର ଏବେ ଖୁବ୍ ଖୁସି ଅଛନ୍ତି । ଅକ୍ଷୟ କୁମାରଙ୍କ ସହ ଅଭିନୀତ ତାଙ୍କର ପ୍ରଥମ ଫିଲ୍ମ ‘ପୃଥ୍ୱିରାଜ’ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ୍ ହେବାକୁ ଯାଉଛି । ମାନୁଷୀ କହିଛନ୍ତି ଯେତେବେଳେ ମୁଁ ଜାଣିଲି ଯେ ଫିଲ୍ମଟି ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି ସେତେବେଳେ ମୁଁ ଖୁବ୍ ଖୁସି ହୋଇ ଯାଇଥିଲି । ଫିଲ୍ମର ପୁରା ଟିମ୍ ଏହି ରିଲିଜ୍ ଡେଟକୁ ଅପେକ୍ଷା ରଖିଛନ୍ତି । ଆଉ ଏବେ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ଆସୁଥିବାରୁ ଆମେ ଖୁବ୍ ଖୁସି ଅଛୁ । ପୃଥ୍ୱିରାଜଙ୍କ ଅବିଶ୍ୱନୀୟ ଜୀବନ କାହାଣୀ ବଡ ପରଦାରେ ଅନାବରଣ କରାଯିବ । ପୃଥ୍ୱିରାଜ ନିଡର ଓ ପରାକ୍ରମି ରାଜା ପୃଥ୍ୱିରାଜ ଚୌହାନଙ୍କ ଜୀବନୀ ଓ ବିରତା ଉପରେ ଆଧାରିତ । ଅଭିନେତା ଅକ୍ଷୟ କୁମାର ସେହି ମହାନ ଯୋଦ୍ଧାଙ୍କ ଭୂମିକାରେ ନଜର ଆସିବେ । ମାନୁଷୀ ଫିଲ୍ମରେ ଅକ୍ଷୟଙ୍କ ସହ ପୃଥ୍ୱିରାଜଙ୍କ ପ୍ୟାରି ରାଜକୁମାରୀ ସଂୟୋଗିତା ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ମହାମାରୀ ଯୋଗୁ ଫିଲ୍ମଟି ରିଲିଜ୍ ହୋଇ ପାରୁ ନ ଥିବା ବେଳେ ଏବେ ରିଲିଜ୍ ଡେଟ ସମ୍ପର୍କରେ ଜାଣିବା ପରେ ଏବେ ସେ ଦିନ ଗଣୁଥିବା କହିଛନ୍ତି ମାନୁଷୀ ।
ପୃଥ୍ୱିରାଜର ନିର୍ଦ୍ଦେଶନା ପଦ୍ମଶ୍ରୀ ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଦେଇଥିବା ବେଳେ ସେ ଟେଲିଭିଜନ ମହାକାବ୍ୟ ଚାଣକ୍ୟର ନିର୍ଦ୍ଦେଶନା ବି ଦେଇଥିଲେ ।
ପୃଥ୍ୱିରାଜ ଜୁନ ୩ରେ ହିନ୍ଦୀ, ତାମିଲ ଓ ତେଲଗୁରେ ରିଲିଜ ହେବ । ଆଇମ୍ୟାକ୍ସରେ ୧୦ ଜୁନ ବଦଳରେ ୟଶରାଜ ଫିଲ୍ମର ଯୋଜନା ଅନୁଯାୟୀ ରିଲିଜ୍ ହେବ ।

Share