ନୂଆଦିଲ୍ଲୀ, ୩୧ା୭ (ପି.ଟି.): ଭାରତୀୟ ଶୁଟିଂ ଟିମ୍ର କଥାରେ ସୁଇଜରଲାଣ୍ଡର ଏକ ବନ୍ଧୁକ ତିଆରି କରୁଥିବା କମ୍ପାନୀ ମୋରିନି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆକୁ ନିଃସର୍ତ୍ତମୂଳକ କ୍ଷମାପ୍ରାର୍ଥନା କରିଛି। ଅଲିମ୍ପିକ୍ସ ୧୦ମିଟର ମହିଳା ଏୟାର ପିସ୍ତଲ କ୍ୱାଲିଫିକେଶନ ପ୍ରତିଯୋଗିତା ବେଳେ ମନୁ ଭାକରଙ୍କ ବନ୍ଧୁକରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୧୬ତମ ଶଟ୍ ପରେ ଭାକରଙ୍କ ପିସ୍ତଲର କକିଂ ଲିଭର ଭାଙ୍ଗିଯାଇଥିଲା। ପିସ୍ତଲଟିକୁ ସଜାଡିବା ଲାଗି ୧୫ ମିନିଟ୍ରୁ ଅଧିକ ସମୟ ଲାଗିଥିଲା। ୧୯ବର୍ଷୀୟ ଭାକର ପୁଣି ଯେତେବେଳେ ଶୁଟିଂରେ ଯୋଗଦେଲେ ତାଙ୍କ ରିଦିମ୍ ପ୍ରଭାବିତ ହୋଇଥିଲା। ସେତେବେଳେ ପରବର୍ତ୍ତୀ ୫୫ ମିନିଟ୍ରେ ତାଙ୍କ ପାଇଁ ୪୪ ଶଟ୍ ବାକି ରହିଥିଲା। ଭାକର କିନ୍ତୁ ୩୬ ମିନିଟ୍ରେ କ୍ୱାଲିଫିକେଶନ ରାଉଣ୍ଡ ଶେଷ କରିଥିଲେ।