ବ୍ୟବସାୟୀଙ୍କ ପ୍ରେମରେ ପଡିଛନ୍ତି ବିଶ୍ୱସୁନ୍ଦରୀ

୨୦୧୭ ବିଶ୍ୱ ସୁନ୍ଦରୀ ବିଜେତା ତଥା ଅଭିନେତ୍ରୀ ମାନୁଶୀ ଛିଲାର ପ୍ରେମରେ ପଡିଛନ୍ତି। ସେ କୌଣସି ଅଭିନେତା ନୁହେଁ ବରଂ ଜଣେ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ପ୍ରେମିକଙ୍କ ସହ ମାନୁଶୀ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିବା ନେଇ ଚର୍ଚ୍ଚା ହେଉଛି। ୨୪ ବର୍ଷିୟା ମାନୁଶୀ ଜେରୋଧାର ସହ-ପ୍ରତିଷ୍ଠାତା ବ୍ୟବସାୟୀ ନିଖିଲ କାମାଥଙ୍କୁ ଡେଟ କରୁଛନ୍ତି। ଉଭୟଙ୍କର ଛୁଟିଦିନ ଫଟୋ ଭାଇରାଲ ହୋଇଛି। ଦୁହେଁ ୨୦୨୧ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଜଭୁତ ହୋଇଛି, ସେମାନେ ମଧ୍ୟ ପରସ୍ପର ସହିତ ଲିଭ୍‌-ଇନ୍‌ରେ ରହିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ମାନୁଶୀ ତାଙ୍କ ବଲିଉଡ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। ସେଥିପାଇଁ ସେ ତାଙ୍କ ପ୍ରେମ ଜୀବନ ବିଷୟରେ ଅଧିକ କଥାବାର୍ତ୍ତା କରିବାକୁ ଚାହାଁନ୍ତି ନାହିଁ। ମାନୁଶୀଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ଏହା ବିଷୟରେ ଜାଣନ୍ତି। ତେବେ ଏହି ସମ୍ପର୍କକୁ ଗୁପ୍ତ ରଖିବାକୁ ଚାହୁଁଛନ୍ତି।
ନିଖିଲ କାମାଥ ହେଉଛନ୍ତି ଜେରୋଧା ନାମକ ଏକ କମ୍ପାନୀର ସହ-ପ୍ରତିଷ୍ଠାତା। ସେ ୧୮ ଏପ୍ରିଲ ୨୦୧୯ରେ ଇଟାଲୀର ଫ୍ଲୋରେନ୍ସରେ ଅମାଣ୍ଡା ପୁରଭଙ୍କାରାଙ୍କୁ ବିବାହ କରିଥିଲେ, କିନ୍ତୁ ଦୁହେଁ ଗୋଟିଏ ବର୍ଷ ମଧ୍ୟରେ ଅଲଗା ହୋଇଥିଲେ। ୨୦୨୧ରେ ଦୁହେଁ ଛାଡପତ୍ର ହୋଇଥିଲେ।
ନିକଟରେ ମାନୁଶୀ ବଲିଉଡରେ ଡେବ୍ୟୁ କରିଛନ୍ତି। ସେହି ବର୍ଷ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ସମ୍ରାଟ ପୃଥ୍ବିରାଜ’ ଫିଲ୍ମ ଜରିଆରେ ଅଭିନୟ ଜଗତରେ ପାଦ ଥାପିଛନ୍ତି।

Share