ଏମିତି ଗେଟଅପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେବାକୁ ବାହାରିଲେ ମାନୁଷୀ

ମୁମ୍ବାଇ: ପୂର୍ବତନ ମିସ ୱାଲର୍‌ଡ ତଥା ବଲିଉଡ ଅଭିନେତ୍ରୀ ମାନୁଷୀ ଛିଲ୍ଲାର ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଭିନେତ୍ରୀ ବାହାରି ଯାଇଛନ୍ତି।
ସୋମବାର ରାତିରେ ଅଭିନେତ୍ରୀ ମୁମ୍ବାଇ ବିମାନବନ୍ଦରରେ ସ୍ପଟ ହୋଇଥିଲେ। ମାନୁଷୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାକୁ ପ୍ରଥମଥର ଯାଇଛନ୍ତି।
ପୂର୍ବତନ ମିସ ୱାଲର୍‌ଡ ତଥା ଅଭିନେତ୍ରୀ ମାନୁଷୀ ଚଳିତ ବର୍ଷ କାନ୍ସରେ ଭାରତର ପ୍ରତିନିଧିତ୍ୱ କରିବେ।

ବିମାନବନ୍ଦରରେ ମାନୁଷୀଙ୍କ ଲୁକ ବିଷୟରେ କହିଲେି ସେ ବହୁତ ଷ୍ଟାଇଲିସ ଦେଖାଯାଉଥିଲେ ।
ଅଭିନେତ୍ରୀ ଏକ ଧଳା ରଙ୍ଗର ସ୍ଲିଭଲେସ ଫିଟ ଟପ ସହିତ ବ୍ଲୁ ଡେନିମ ପିନ୍ଧିଥିଲେ। ଏହି ଅଭିନେତ୍ରୀ ବ୍ରାଉନ ଲଙ୍ଗ ବୁଟ ପିନ୍ଧି ଏକ ସୁନ୍ଦର ହ୍ୟାଣ୍ଡବ୍ୟାଗ ମଧ୍ୟ କ୍ୟାରି କରିଥିଲେ।
ମାନୁଷୀ ତାଙ୍କ କେଶକୁ ଖୋଲା ରଖିଥିବା ବେଳେ ଲାଇଟ ମେକଅପ ନେଇଥିଲେ। ଅଭିନେତ୍ରୀଙ୍କ ଏୟାରପୋର୍ଟ ଲଉକ ଖୁବ ଗର୍ଜିୟସ ଥିଲା। ମାନୁଷୀ ଛିଲ୍ଲାରଙ୍କ ଏହି ଲୁକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କ ବିମାନବନ୍ଦରର ଫଟୋକୁ ବେଶ ପ୍ରଶଂସା କରୁଛନ୍ତି।

Share