ମୋତେ ଯାହା ଦରକାର ଥିଲା ତାହା ମିଳିଯାଇଛି: ମାନୁଷି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ ପୃଥ୍ବିରାଜ’୧୭୫ କୋଟିର ବିଗ ବଜେଟରେ ନିର୍ମାଣ କରାଯାଇଥିଲା। ହେଲେ ଫିଲ୍ମଟି ଦର୍ଶକଙ୍କୁ ସେହି ପରିମାଣରେ ଏଣ୍ଟରଟେନ କରିପାରି ନ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଏହି ଫିଲ୍ମରେ ୨୦୧୭ର ମିସ ଓ୍ବାର୍ଲଡ ମାନୁଷି ଛିଲ୍ଲର ଡେବ୍ୟୁ କରିଥିଲେ। ଫିଲ୍ମ ଫ୍ଲପ ହେବା ପର ଏବେ ମାନୁଷି ଏହାକୁ ନେଇ ରିଆକ୍ଟ କରିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ବହୁତ ପରିଶ୍ରମ କରିଥିଲି, ତେଣୁ ଏହା ନିରାଶାଜନକ। ମୁଁ ଜାଣିଲି ଯେ ଅନେକ ଲୋକ ଏକାଠି ହୋଇ ଏକ ଚଳଚ୍ଚିତ୍ର ର୍ନିମାଣ ପାଇଁ ବହୁତ ପରିଶ୍ରମ କରନ୍ତି। ଜଣେ କଳାକାର ଭାବରେ, ତୁମେ ତୁମର ସର୍ବୋତ୍ତମ ଦେଇପାରିବ ହେଲେ ଫଳାଫଳ ତୁମର ନିୟନ୍ତ୍ରଣରେ ରହିବ ନାହିଁ। ଆପଣ ଦର୍ଶକଙ୍କୁ ନିୟନ୍ତ୍ରଣ କରିପାରିବେ ନାହିଁ। କିନ୍ତୁ ଏହା ମୋର ପ୍ରଥମ ମୁଭି ହୋଇଥିବାରୁ ମୁଁ ଟିକେ ଲସ୍‌ କରିଥିବା ଅନୁଭବ କଲି।
ହେଲେ ଯେତେବେଳେ ମୁଁ ପଛକୁ ଚାହିଁଲି, ମୋତେ ଲାଗେ ଯେ ମୁଁ ଫିଲ୍ମରୁ ଯାହା ଚାହୁଁଥିଲି ତାହା ପାଇଛି। ମୁଁ ବହୁତ କିଛି ଶିଖିଛି ଗୋଟିଏ ସେକ୍ସନ ଏମିତି ମଧ୍ୟ ଅଛି ଯାହା ଫିଲ୍ମକୁ ପସନ୍ଦ କରେ ସବୁ ମୁଭି ଭଲ ହୁଏନାହିଁ। ଯଦି ଆପଣ ଲଜିକାଲି ଦେଖନ୍ତି ତେବେ ଇଣ୍ଡଷ୍ଟ୍ରିରେ ସଫଳତା ଅନୁପାତ ବହୁତ କମ। ଅଧିକାଂଶ ମୁଭି ଭଲ ହୋଇ ନ ଥାଏ। ହେଲେ ମୋତେ ଖଣାପ ଲାଗୁ ନାହିଁ। ସୌଭାଗ୍ୟବଶତଃ ମୁଁ କାମ ବନ୍ଦ କରି ନାହ। ମୁଁ ଲଗାତାର ଭାବ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛି ।
ଏହା ବ୍ୟତୀତ ଅଭିନେତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଥମେ ଇଣ୍ଡଷ୍ଟ୍ରିର ଲୋକମାନେ କହିଥିଲେ ଯେ ବିୟୁଟି ପେଜେଂଟ ଓ୍ବିନର୍ସ ଭଲ ଅଭିନେତ୍ରୀ ହୁଅନ୍ତି ନାହିଁ। ସେ କହିଥିଲେ, ‘ମୁଁ ଯେତେବେଳେ ଏଠାକୁ ଆସିଥିଲି, ଇଣ୍ଡଷ୍ଟ୍ରିର ଲୋକମାନେ କହିଥିଲେ ଯେ ଆପଣ ଜାଣନ୍ତି ଲୋକମାନେ ଭାବନ୍ତି ଯେ ପେଜେଣ୍ଟ ଗର୍ଲସମାନେ ଅଭିନୟ କରିପାରିବେ ନାହିଁ। ଓ୍ବାଇଆରଏଫରେ ମଧ୍ୟ ମୋତେ କୁହାଯାଇଥିଲା ଯେ ଆପଣଙ୍କୁ ଅଧିକ କାମ କରିବାକୁ ପଡିବ।

Share