ହଳଦୀ ଏକ, ଉପକାର ଅନେକ

ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ଏପରିକି ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ହଳଦୀ ଆମକୁ ମୁକ୍ତି ଦେଇଥାଏ। ଏହାଛଡ଼ା ହଳଦୀର ଆହୁରି ମଧ୍ୟ ଅନେକ ଉପକାର ରହିଛି। ଯେମିତିକି:

* କୁହାଯାଏ, ଘରର ବାହାର କାନ୍ଥରେ ହଳଦୀରେ ରେଖା ଟାଣିଲେ ଘର ମଧ୍ୟକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

* ପାଞ୍ଚଟି ହଳଦୀ ଖଣ୍ଡ ଓ ଗୋଟିଏ କଏନ୍‌କୁ ଏକାଠି କରି ହଳଦିଆ କପଡ଼ାରେ ବାନ୍ଧି ଘରର ପୂଜାସ୍ଥଳୀରେ ରଖିଲେ ଆର୍ଥତ୍କ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

* କୁଣ୍ଡଳୀରେ ଗୁରୁ ଦୋଷ ଥିଲେ, ତାହାକୁ ଦୂର କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରତିଦିନ କଞ୍ଚା ହଳଦୀ ଅର୍ପଣ କଲେ ପ୍ରଭୂ କୃପା ଲାଭ ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

* ବୁଧବାର ଦିନ ମଥାରେ ହଳଦୀର ତିଳକ ଲଗାଇବା ଶୁଭ ହେବା ସହ ଏହା ମନ ଓ ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଏ।

* ଘରେ ହଳଦୀ ଗଛ ଲଗାଇବା ଦ୍ୱାରା ସୁଖଶାନ୍ତି ବୃଦ୍ଧି ହେବା ସହ ଆର୍ଥତ୍କ ସ୍ଥିତି ସୁଦୃଢ ହୁଏ ବୋଲି ବିଶ୍ୱାସ ରହିଛି।

* ଶୁଦ୍ଧ ଜଳରେ ଟିକେ ହଦଳୀ ମିଶାଇ ଯୁବତୀମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ମନ ମୁତାବତ ବର ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି।

* ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଛିଞ୍ଚତ୍ଲେ ବିଗିଡ଼ି ଯାଇଥିବା କାମ ପୁଣି ସୁଧୁରି ଯାଇଥାଏ ବୋଲି ବିଶ୍ୱାସ କରାଯାଏ।