ଭାଜପାରେ ମିଶିବାକୁ ବହୁ ବିଜେଡି ନେତାଙ୍କ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’-ମନମୋହନ

ଭୁବନେଶ୍ୱର,୨।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ଭାଜପା ମୁଖ୍ୟ ମନମୋହନ ସାମଲ।

ସେ କହିଛନ୍ତି ଯେ, ‘ବିଜେଡିର ଅନେକ ନେତା ଭଜାପରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭଜାପରେ ମିଶିଲେ, ୨ ରାଜ୍ୟସଭା ସାଂସଦ ମଧ୍ୟ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭଜାପରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”।

ନିକଟରେ ରାଜ୍ୟସଭା ଏମପି ମମତା ମହାନ୍ତ, ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ମମତା ଭାଜପା ପକ୍ଷରୁ ପୁନର୍ବାର ରାଜ୍ୟସଭା ଯାଇ ସାରିଥିବା ବେଳେ ଆଗକୁ ସୁଜିତଙ୍କୁ ମଧ୍ୟ ପାର୍ଟି ସମାନ ଉପହାର ଦେଇପାରେ।

ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ବିଜୁ ଜନତା ଦଳ(ବିଜେଡି) ପ୍ରଥମ ଥର ପାଇଁ କ୍ଷମତାଚ୍ୟୁତ ହୋଇଛି। ନିର୍ବାଚନ ସମୟରେ ଅନେକ ନେତା ଟିକେଟ ନ ପାଇ ଦଳଛାଡି ଭଜାପରେ ମିଶିଥିଲେ। ଏଥିରେ ସମୀର ଦଶଙ୍କ ପରି ବହୁ ବରିଷ୍ଠ ନେତା ଥିଲେ। ତେବେ ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅନ୍ତଃକନ୍ଦଳ ବଢୁଥିବା ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଭାଜପା ମୁଖ୍ୟ ମନମୋହନଙ୍କ ଏପରି ବୟାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲେ ବର୍ଷା, ଆସୁ ଆସୁ କହିଦେଲେ ଏମିତି..

ଭୁବନେଶ୍ୱର,୨।୧୦: ବଢିଲାଣି ବିଜେଡି କଳି। ଏହି କଳି ଏବେ ଶଙ୍ଖ ଭବନରେ ପହଞ୍ଚିଛି। କର୍ପୋରେଟରଙ୍କ ଠାରୁ ଆରମ୍ଭ ହୋଇ ଏବେ ଏହି କଳି ନେତାଙ୍କ ପାଖରେ...

ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ...

ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର...

ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି

ମାଲକାନଗିରି,୨ା୧୦: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ...

‘ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଛି ଭାଜପା, ପ୍ରତିଶ୍ରୁତି ପାଳନରେ ହୋଇଛି ବିଫଳ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି...

ଶଙ୍ଖ ଭବନରେ କଥା କଟାକଟିକୁ ନେଇ ମୁହଁ ଖୋଲିିଲେ ଶ୍ରୀମୟୀ: କହୁକହୁ କହିଦେଲେ

ଭୁବନେଶ୍ୱର,୨।୧୦: ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲା ବିଜେଡି ବୈଠକ ବେଳେ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ...

ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା…

ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା...

ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ!

ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri