ବିଜେଡି ସମ୍ପର୍କରେ ବହୁ ଭାଜପା ନେତା, ଭାଜପା ଶିବିରରେ ଚହଳ, ଦେବୀ ମିଶ୍ର କହିଲେ…

ଭୁବନେଶ୍ୱର,୨୫।୯: ଭାରତୀୟ ଜନତା ପାର୍ଟି ନା ବିଜୁ ଜନତା ଦଳ କିଏ କରିବ ହଲଚଲ। ଏନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ବଡ଼ ବଡ଼ ନେତା। ଦୁହିଁଙ୍କ ବୟାନ ପରେ ଜୋର ଧରିଲାଣି ଚର୍ଚ୍ଚା। ଭାଜପା ଏମପି ସୁକାନ୍ତ ପାଣିଗ୍ରାହୀ ବିଜେଡିକୁ ଟାର୍ଗଟେ କରି କହିଛନ୍ତି, ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବାକୁ ଯାଉଛି। ବହୁ ବଡ଼ ବଡ଼ ନେତା ଭାଜପାରେ ସାମିଲ ହେବାକୁ ଯାଉଛନ୍ତି। କେବଳ ରାଜ୍ୟ ସଭା ଏମପି ନୁହନ୍ତି, ବହୁ ପଦାଧିକାରୀ ଆମ ସଂପର୍କରେ ଅଛନ୍ତି। ଏପରିକି ବିଧାୟକ ଓ ପୂର୍ବତନ ବିଧାୟକମାନେ ଯୋଗାଯୋଗରେ ଅଛନ୍ତି। ଆଉ ମାସେ ଦେଢ଼ମାସରେ ଇସ୍ତଫା ଦେଇ ସେମାନେ ଭାଜପାରେ ମିଶିବେ ବୋଲି ସୁକାନ୍ତ କହିଛନ୍ତି।

ଅନ୍ୟପଟେ ସୁକାନ୍ତଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି, ତାଙ୍କ ନେତା ବି ଆମ ସଂପର୍କରେ ଅଛନ୍ତି । ଆଗକୁ ଭାଜପାରେ ବଡ଼ ହଲଚଲ ହେବ।

Share