ବିଜେଡିରେ ସାମିଲ ହେଲେ ଅନେକ ଭାଜପା କର୍ମୀ

ଗୋପାଳପୁର,୧୩।୩(ନବୀନ ରାଜ ଆଚାରୀ): ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି ପକ୍ଷ୍ୟରୁ ବନ୍ଧୁମିଳନ ଓ କର୍ମୀ ସମ୍ମିଳନୀ ଗୋପାଳପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ନେତା ଶିବ ରାମ ପାତ୍ର ଓ ରାମ ହରି ପାତ୍ର ନେତୃତ୍ୱରେରେ କର୍ମୀ ସମିଳନୀ କରାଯାଇଥିଲା। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟଠାରୁ ଏକ ବିରାଟ ବାଇକ ରାଲି କରି ବାହାରି ସଭାସ୍ଥଳୀରେ ପହଞ୍ଚିଥିଲେ। ଏହି ଅବସରରେ କେଲୁଆପୁଲୀର କିଛି ଭାଜପା କର୍ମୀ ବିଜେଡି ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପରିଷଦ ଉପସଭାପତି ଏସ. ରାଜେଶ୍ୱରୀ ଦୋରା,ରଙ୍ଗେଈଲୁଣ୍ଡା ବ୍ଲକ ଅଧ୍ୟକ୍ଷ ସିଏଚ ଉଷା ରାଣୀ, ଉପାଧ୍ୟକ୍ଷ ଅନିତା କୁମାର ମାହାଙ୍କୁଡ, ବ୍ରହ୍ମପୁର ଡେପୁଟି ମେୟର ବିବେକ ରେଡି, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ, ଉପାଧ୍ୟକ୍ଷ ବି ଉ.ଉମା ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ତଅପୋଇ ଦାସ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ନାୟକ, ରାଜ୍ୟ ଛାତ୍ର ସମ୍ପାଦକ ଅଜିତ କୁମାର ରାଉଳ ଓ ଅନ୍ୟ ମାନେ ଯୋଗ ଦେଇଥିଲେ l ଏକ ଶକ୍ତି ପଦର୍ଶନ କରିବା ସହ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ମାନଙ୍କୁ ସମର୍ଦ୍ଧନା କରାଯାଇଥିଲା l
ଆମ ସମସ୍ତେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ବାକି କାମ ଆଗେଇ ନେବା ଏବଂ ବିରୋଧ ଦଳ କଥାରେ ବିଚଳିତ ନ ହୋଇଛି ଆମେ ସମସ୍ତେ ସଂଗଠିତ ହୋଇ ବିଜେଡି ବିଧାୟକ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ କରିବା ପାଇ ବିଧାୟକ ପଣ୍ଡା ଆହ୍ବାନ ଦେଇଥିଲେ। ବ୍ଲକସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।