Categories: ଜାତୀୟ

ଗୋଆରୁ ବହୁ ବସ କର୍ନାଟକରେ ପହଞ୍ଚିଲା, ନିର୍ବାଚନ ଆୟୋଗ ପଦକ୍ଷେପ ନେବେ କି ? କଂଗ୍ରେସର ପ୍ରଶ୍ନ…

ବେଙ୍ଗାଲୁରୁ,୧୦।୫ : ବୁଧବାର କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ଗୋଆରୁ ଅନେକ ବସ ଉତ୍ତର କର୍ନାଟକକୁ ଯାଉଥିବାର କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପ୍ରଶ୍ନ ଉଠାଇଛି କି ଏହି ବସ ଗୁଡିକରେ ବେଆଇନ ଟଙ୍କା ଅଣାଯାଉଛି ନା ନକଲି ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ଅଛି? କଂଗ୍ରେସ  ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

କଂଗ୍ରେସ ନେତା ପୱନ ଖେଡା ଟୁଇଟ କରି କହିଛନ୍ତି, ଗୋଆ ଭାଜପା ଲୋକଙ୍କୁ ଉତ୍ତର କର୍ନାଟକକୁ କାଦମ୍ବା ପରିବହନ ନିଗମ ବସରେ ଭର୍ତ୍ତି କରି କାହିଁକି ପଠାଉଛି? ଗତ ସପ୍ତାହରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ପାଇଁ ୧୦୦ରୁ ଅଧିକ ବସରେ ଲୋକଙ୍କୁ କର୍ନାଟକକୁ ଅଣାଯାଇଥିଲା।

କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ କରି କହିଛନ୍ତି, ଏହା ଏକ ଗୁରୁତର ଅପରାଧ, ବେଆଇନ ଟଙ୍କା ଅଣାଯାଉଛି କି? କର୍ନାଟକ ପୋଲିସ କଣ କରୁଛି? ଡାଣ୍ଡେଲିର ହୱିଷ୍ଟଲିଂ ଉଡଜ୍‌ ଜଙ୍ଗଲ ରିସର୍ଟରେ କଣ ଘଟୁଛି। ସେଠାରେ କ’ଣ ଚାଲିଛି। ବିଶ୍ୱଜିତ ରାଣେ ଏଠାରେ ୬ଟି କୋଠରୀ ବୁକ କରିଛନ୍ତି। ଏହାର ଉଦ୍ଦେଶ୍ୟ କ’ଣ? ନିର୍ବାଚନ ଆୟୋଗ ଏନେଇ କିଛି ପଦକ୍ଷେପ ନେବେ କି?

 

Share