ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି ା ରାଜସ୍ବ କିମ୍ବା ଖଣି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜିଲାର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତ କରି ବାଲି ବ୍ୟବସାୟୀମାନେ ପ୍ରତିଦିନ ହାଇୱାରେ ଶତାଧିକ ଟ୍ରିପ ବାଲି ପଡୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ଗତ ୪ରୁ୫ ବର୍ଷ ହେବ ଜିଲା ପ୍ରଶାସନ ଓ ବାଲି ବ୍ୟବସାୟୀଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାର ପ୍ରାୟ ୧୦୦ କୋଟି ଟଙ୍କାର ରାଜସ୍ବ ହରାଇଥିବା ଆକଳନ କରାଯାଉଛି ।

ବ୍ୟାସନଗର ତହସିଲ ଅଧୀନ ଶାଳବା ଘାଟରୁ ଦୀର୍ଘ ମାସ ହେବ ଲିଜ୍‌ ଅବଧି ସରିଥିଲେ ହେଁ ବ୍ୟବସାୟୀମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନାହାଁନ୍ତି । ପ୍ରତିଦିନ ୫ରୁ ୬ଟି ପ୍ରୋକୋଲିନ ଲଗାଇ ହାଇୱା ଯୋଗେ ଶତାଧିକ ଟ୍ରିପ ବାଲି ଅନ୍ୟ ଜିଲା ତଥା ପଡୋଶୀ ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି । ସେହିପରି କଣ୍ଟାବଣିଆ ଘାଟରୁ ମଧ୍ୟ ଅନୁରୂପ ଭାବେ ଏକାଧିକ ମେଶିନ ଲଗାଇ ରୀତିମତ ବାଲି ଚୋରାଚାଲାଣ କରାଯାଇଛି । ଜଳ ପ୍ରବାହ ମୁଖ୍ୟପଥରେ ବନ୍ଧ ପକାଇ ବାଲି ଉତ୍ତୋଳନ କରାଯାଉଛି। ଏହା କେବଳ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁନାହିଁ ବରଂ ଲୋକଙ୍କ ଜୀବନଚର୍ଯ୍ୟା ଉପରେ ନକରାତ୍ମକ ପ୍ରଭାବ ପକାଉଛି । ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି, ଯାହାକୁ ନେଇ ଆଖପାଖ ଅଞ୍ଚଳର ଲୋକେ ବନ୍ୟାକୁ ନେଇ ଭୟଭୀତ ଅଛନ୍ତି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ( ଏସ୍‌ପିସିବି )ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ ( ସିଟିଓ ) ଏବଂ ପରିବେଶଗତ ଅନୁମତି ଏନ୍‌ଭାଇରନମେଣ୍ଟ କ୍ଲିଅରାନ୍ସ ( ଇସି ) ନ ଥାଇ ବ୍ୟବସାୟୀମାନେ ଦୀର୍ଘ ମାସ ହେଲା ବେଆଇନ ଭାବେ ଏହି ୨ ଘାଟରୁ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରୁଥିଲେ ମଧ୍ୟ ଖଣି ବିଭାଗ କିମ୍ବା ରାଜସ୍ବ ବିଭାଗ କାହା ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ସବୁଠାରୁ ବଡ଼କଥା ହେଉଛି ଏହି ବାଲିଗାଡ଼ିଗୁଡ଼ିକ ଚଳପ୍ରଚଳ ପାଇଁ ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ( ଟିପି ) ବ୍ୟବହାର ହେଉଛି। ଯାହା ଖଣି ବିଭାଗ ଜାଣି ମଧ୍ୟ ଅଜଣା ହୋଇଥିବା ମତପ୍ରକାଶ ପାଇଛି । ଏପରି ବ୍ୟବସାୟୀଙ୍କ ବିରୋଧରେ କେହି ମୁହଁ ଖୋଲିଲେ ଆକ୍ରୋଶର ଶିକାର ହେଉଛନ୍ତି। ଲୋକଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ନ ଦେଇ ଜିଲା ପ୍ରଶାସନ ବାଲି ବ୍ୟବସାୟୀଙ୍କ ସହଯୋଗୀ ସାଜିଥିବା ଅଭିଯୋଗ ହେଉଛି ।

ଜିଲାର ଜଣେ ପ୍ରଭାବଶାଳୀ ବ୍ୟକ୍ତି, ଖଣି ବିଭାଗ ଓ ରାଜସ୍ବ ବିଭାଗର କେତେଜଣ ବରିଷ୍ଠ ଅଧିକାରୀଙ୍କୁ ମୋଟା ଅଙ୍କର ମୁନାଫା ଦେଇ ବ୍ୟବସାୟୀମାନେ ଦିନରାତି ବାଲି ଚୋରିରେ ଲିପ୍ତ ରହୁଛନ୍ତି। ଅଧିକାରୀଙ୍କ ଲାଭଖୋର ମନୋଭାବ ପାଖରେ ସରକାରଙ୍କ ସ୍ବଚ୍ଛତା ଫେଲ୍‌ ମାରିଥିବା ଚର୍ଚ୍ଚା ହେଉଛି । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବିପୁଳ ପରିମାଣରେ ଆୟବର୍ହିଭୁତ ସମ୍ପତ୍ତି ଜବତ ହୋଇପାରନ୍ତା ବୋଲି ଆକଳନ କରାଯାଉଛି । ଏନେଇ ଜିଲା ଖଣି ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କ ମତାମତ ନେବାକୁ ଫୋନ୍‌ କରିଥିଲେ ହେଁ ସେ କଲ ଗ୍ରହଣ କରିନାହାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ଜନସେବା କେନ୍ଦ୍ରରେ ଶୋଷିତ ହେଉଛନ୍ତି କାର୍ଡଧାରୀ: ପ୍ରଶାସନ ଦୃଷ୍ଟିଦେବାକୁ…

ରସୁଲପୁର,୧୬।୧୦(ରଞ୍ଜିତ ରାଉତ): ଆଧାର କାର୍ଡ ଏକ ଅତ୍ୟାବଶ୍ୟକୀୟ ପରିଚୟପତ୍ର ଭାବରେ ବ୍ୟବହାର ହେଉଛି। ସରକାରୀ ଓ ବେସରକାରୀସ୍ତରରେ ଆଧାରକାର୍ଡକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି। ଏହି କାର୍ଡରେ...

ଓଡ଼ିଶାର ବିରଳ ଭସାଣି

ରାଜନଗର, ୧୫।୧୦ଭାସ୍କର ରାଉତରାୟ): ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ରବିବାର ଜୟା, ବିଜୟା ଓ ଅପରାଜିତା ପୂଜା...

ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ...

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’...

ଭିସା ଷ୍ଟିଲ୍‌ କାରଖାନାକୁ ବନ୍ଦ ଚେତାବନୀ

ଯାଜପୁର,୧୨ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ପରିସରରୁ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ଫେନୋଲିକ କମ୍ପାଉଣ୍ଡ ଏବଂ ସାଇନାଇଡ୍‌ ପାଣି ଗଣ୍ଡାନାଳରେ ମିଶି ପ୍ରଦୂଷିତ...

ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ମାଡ଼ ଖାଇଲେ ଥାନା ଅଧିକାରୀଙ୍କ ସହ ୪ ପୋଲିସ

ଯାଜପୁର,୧୧।୧୦: ପୁଣି ପୋଲିସ ଉପରେ ଆକ୍ରମଣ । ଏଥିରେ ୭ ପୋଲିସ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବଡ଼ଚଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri