Categories: ଜାତୀୟ

କରୋନା ପରେ ଏବେ ଡରାଇଲାଣି ଏଡିନୋଭାଇରସ!

କୋଲକାତା,୨ ।୩: କରୋନା ମହାମାରୀର ପ୍ରକୋପ ଏବେ ପର୍ଯ୍ୟନ୍ତ କମ ହୋଇ ନ ଥିବା ବେଳେ ଏବେ ଆଉ ଏକ ଭାଇରସ ଆସିଯାଇଥିବା କୁହାଯାଉଛି । ଏହା ପିଲାମାନଙ୍କୁ ଖୁବଶୀଘ୍ର ସଂକ୍ରମିତ କରୁଛି । ଏହି ନୂଆ ଭାଇରସର ନାମ ଏଡିନୋଭାଇରସ ବୋଲି କୁହାଯାଉଛି । ଏବେ ଏହା ପଶ୍ଚିମବଙ୍ଗରେ ତା’ର କାୟା ବିସ୍ତାର କରୁଛି ବୋଲି ଆଲୋଚନା ହେଉଛି । ପଶ୍ଚିମବଙ୍ଗରେ ଗତ ୭୨ ଘଣ୍ଟାରେ ବିଭିନ୍ନ ହସ୍ପିଟାଲରେ ଶ୍ୱାସ ପ୍ରଶ୍ୱାସ ଜନିତ ସଂକ୍ରମଣରେ ୧୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ ଡାକ୍ତର ଏହାକୁ ଏଡିନୋଭାଇରସ ଯୋଗୁ ହୋଇଥିବା ମୃତ୍ୟୁ ବୋଲି କହୁନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ କହୁଛି ପ୍ରତିବର୍ଷ ଏହି ସମୟରେ ପିଲାମାନଙ୍କ ନିକଟରେ ନିମୋନିଆ ବଢିଯାଇଥାଏ । ତେଣୁ ନିମୋନିଆ ଯୋଗୁ ଶିଶୁମାନଙ୍କର ମୃତ୍ୟୁ ହୋଇଛି । ଏଠାରେ ଏଡିନୋଭାଇରସର ବିପଦ ନାହିଁ ।
ପ୍ରଶାସନ କହିଛି ଯଦି ଏମିତି କିଛି ସମସ୍ୟା ଆସେ ତେବେ ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛି ।

Share