Categories: ଜାତୀୟ

ବିଧାନସଭା ପେପରଲେସ୍‌ ହେବାରୁ ପ୍ରତିବର୍ଷ ସଞ୍ଚୟ ହେଉଛି ୩୪୦କୋଟି

ନୂଆଦିଲ୍ଲୀ,୧୫।୯: ବିଧାନସଭାଗୁଡ଼ିକ ପେପରଲେସ୍‌ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି। ପରିବେଶକୁ ସୁରକ୍ଷା ପାଇଁ କରାଯାଇଥିବା ଏହି ଯୋଜନା ଯୋଗୁ ପ୍ରତିବର୍ଷ କୋଟି କୋଟି ଟଙ୍କାର କାଗଜ ଏବଂ ଅନ୍ୟାନ୍ୟ ଦସ୍ତାବିଜର ଖର୍ଚ୍ଚ ରୋକାଯାଇ ପାରୁଛି। ଏହାଦ୍ୱାରା ଗଛ କାଟିବା ମଧ୍ୟ ବନ୍ଦ ହୋଇଛି।

ଗତ ବର୍ଷ ସଂସଦୀୟ ମନ୍ତ୍ରଣାଳୟ ପଞ୍ଜାବ, ଓଡିଶା, ବିହାର, ମେଘାଳୟ, ମିଜୋରାମ, ମଣିପୁର, ଗୁଜୁରାଟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ପୁଡୁଚେରୀ, ତ୍ରିପୁରା, ହିମାଚଳ ପ୍ରଦେଶ ସମେତ ୧୮ଟି ରାଜ୍ୟ ସହ ଇ-ବିଧାନ ଆପ୍ଲିକେଶନକୁ ନେଇ ଚୁକ୍ତି ସ୍ବାକ୍ଷର କରିଥିଲା। ବିଧାନସଭାକୁ ସମ୍ପୂର୍ଣ୍ଣ ଭାବରେ ପେପରଲେସ୍‌ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ପାଇଁ ମୋଟ ୬୭୩.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

୨୦୧୪ରେ ଇ-ବିଧାନ ଆପ୍ଲିକେଶନ ବିଧାନସଭାରେ କାର୍ଯ୍ୟକାରୀ କରି ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟ ଭବୋlପରିଗଣିତ ହୋଇଥିଲା। ପୂର୍ବରୁ ଏଠାରେ ବାର୍ଷିକ କାଗଜ ବ୍ୟବହାର ପାଇଁ ୫.୮କୋଟି ଟଙ୍କା ଖର୍ଚ୍ଚ ହେଉଥିଲା, ଯାହା ଯୋଗୁ ୬୦୯୬ଟି ଗଛ କଟା ଯାଉଥିଲା।

Share