ମାଲେସିୟାରେ ଭୂସ୍ଖଳନ: ୨ ମୃତ ୫୦ରୁ ଅଧିକ ଫସି ରହିଥିବା ଆଶଙ୍କା

କୁଆଲାଲମପୁର,୧୬ ।୧୨: ମାଲେସିୟାରେ ଶୁକ୍ରବାର ସକାଳେ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂସ୍ଖଳନ ଯୋଗୁ ୫୦ରୁ ଅଧିକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, କୁଆଲାଲମପୁରର ବାହାର ଅଞ୍ଚଳରେ ସେଲାଂଗୋର ରାଜ୍ୟରେ ଏହି ଭୂସ୍ଖଳନ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଅଗ୍ନିଶମ ବିଭାଗ କର୍ମଚାରୀ ଓ ଉଦ୍ଧାରକାରୀ ଦଳଙ୍କ ସୂଚନା ଅନୁଯାୟୀ, ଏହି ଭୂସ୍ଖଳନରେ ୩ ଜଣ ଆହତ ହୋଇଛନ୍ତି । ଏହାସହ ୫୦ରୁ ଅଧିକ ଏବେ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ଫସି ରହିଥିବା ଲୋକଙ୍କୁ ବାହାରକୁ ବାହାର କରାଯାଉଛି । ତେବେ ଅନେକେ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ନେରାଜମ ଖବିସ କହିଛନ୍ତି ଏବେ ପର୍ଯ୍ୟନ୍ତ ୩୧ ଜଣଙ୍କୁ ଉଦ୍ଧାର କରାଗଲାଣି । ତେବେ ଭୂସ୍ଖଳନ କ୍ୟାମ୍ପସାଇଡ ଉପରୁ ପ୍ରାୟ ୩୦ ମିଟର ଉଚ୍ଚରୁ ହୋଇଛି । ଏହାଦ୍ୱାରା ପ୍ରାୟ ଏକ ଏକର ଅଞ୍ଚଳ ପ୍ରଭାବିତ ହୋଇଛି ।

Share