ଓ୍ବାଶିଂଟନ,୨୮ା୧୨: ଆମେରିକାରେ ତୁଷାର ଝଡ଼ ମଧ୍ୟରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ପ୍ରମାଣିତ ହୁଏ, ତେବେ ଆଗାମୀ ଦିନରେ ଆମେରିକାର ଏକ ବଡ଼ ଅଞ୍ଚଳରେ ବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଅସୁବିଧା ଆହୁରି ବଢ଼ିପାରେ। ଲୋକମାନେ ଘର ଏବଂ ଯାନ ଉପରେ ପଡ଼ିଥିବା ୫୬ ଇଞ୍ଚର ବରଫ ଆସ୍ତରଣକୁ ହଟାଇବାରେ ଲାଗିଛନ୍ତି। ଏପରିକି ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ ଉପରୁ ବରଫ କାଢ଼ିବା ପାଇଁ ମଧ୍ୟ ପ୍ରଶାସନ ଚେଷ୍ଟା କରୁଛି। କେତେକ ସ୍ଥାନରେ ବରଫ ଆଚ୍ଛାଦିତ କାର୍ ଭିତରୁ ମୃତଦେହ ବି ଉଦ୍ଧାର କରାଯାଇଛି। ଏହ ତୁଷାର ଝଡ଼ ଯୋଗୁ ଏପର୍ଯ୍ୟନ୍ତ ଅତି କମ୍ରେ ୬୦ ଜଣଙ୍କର ମୃତ୍ୟୁ ହୋଇସାରିଛି।