ପାକିସ୍ତାନ ବଜାରରେ ବିସ୍ଫୋରଣ, ଅତିକମରେ ୨୦ ମୃତ

ଇସଲାମାବାଦ,୩୦।୭: ପାକିସ୍ତାନର ଖେବର ପଖତୁନଖ୍ବା ବଜାରରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଜମିୟତ ଉଲେମା-ଏ-ଇସଲାମ-ଫଜଲ(JUI-F)ର ରାଜନୈତିକ କର୍ମୀଙ୍କ ସଭାରେ ହୋଇଛି। ଏବେ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

Share