ସ୍ପେନରେ ବଡ ଧରଣର ଦୁର୍ଘଟଣା, ନଦୀକୁ ଖସିଲା ବସ ୬ ମୃତ

ସ୍ପେନ,୨୬ ।୧୨: ସ୍ପେନର ଉତ୍ତର ପଶ୍ଚିମ ଗ୍ଲାସିୟର ଅଞ୍ଚଳରେ ଏକ ବଡ ଧରଣର ଦୁର୍ଘଟଣା ହୋଇଯାଇଛି । ଏଠାରେ ଏକ ବସ ପୋଲ ପାରି ହେଉଥିବା ସମୟରେ ନଦୀକୁ ଖସି ପଡିବାରୁ ଅତିକମରେ ୬ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣ ଆହତ ହୋଇଛନ୍ତି ।
ଘଟଣାସ୍ଥଳରେ ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି ପାଣିରେ ଥିବା ଲୋକଙ୍କୁ ଦଉଡି ସାହାଯ୍ୟରେ ବାହାରକୁ ବାହାର କରାଯାଇଥିଲା । ଆହତଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛି, ଡ୍ରାଇଭର ମଦ ପିଇ ଅଥବା କୌଣସ ନିଶା ଦ୍ରବ୍ୟ ଗ୍ରହଣ କରି ବସ ଚଳାଉ ନ ଥିଲେ ତ । ଏପଟେ ସମସ୍ତ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ନଦୀ ମଧ୍ୟରୁ ବସଟିକୁ ବି ବାହାରକୁ ବାହାର କରି ଦିଆଯାଇଛି ।

Share