Categories: ବାଣିଜ୍ୟ

ଟିସିଏସ୍‌ ରାସ୍ତାରେ ଓ୍ବିପ୍ରୋ ସମେତ ଏହି ଆଇଟି କମ୍ପାନୀ, ଆଉ ଦେବେ ନାହିଁ ଓ୍ବାର୍କ ଫ୍ରମ ହୋମ୍‌ ସୁବିଧା

ନୂଆଦିଲ୍ଲୀ,୩।୧୦: ଓ୍ବିପ୍ରୋ, କ୍ୟାପଜେମିନି, ଏଲ୍‌ଆଇମାଇନ୍‌ଟ୍ରି ଆଦି ଭାରତର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରୁ ଅନ୍ୟତମ । ଏହି କମ୍ପାନୀଗୁଡ଼ିକ ଏବେ ସବୁଠାରୁ ବଡ ଆଇଟି କମ୍ପାନୀ ଟିସିଏସ୍‌ ଭଳି ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧାକୁ ସମାପ୍ତ କରିବାକୁ ଯାଉଛନ୍ତି। କମ୍ପାନୀଗୁଡ଼ିକ ଏବେ କର୍ମଚାରୀଙ୍କୁ ଅତି କମ୍‌ରେ ମାସକୁ ୫୦% ଓ୍ବାର୍କିଂ ଡେ’ରେ ଅଫିସ ଆସିବାକୁ କହିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଆଇଟି ସେକ୍ଟରରେ ଓ୍ବାର୍କ ଫ୍ରମ୍‌ ହୋମ କଲ୍ଚରର ଅନ୍ତର ସଙ୍କେତ ମିଳୁଥିବା କୁହାଯାଉଛି। ଏହାଛଡ଼ା ବିଜିନେସ୍‌ ପ୍ରୋସେସ୍‌ ମ୍ୟାନେଜମେଣ୍ଟ ଅଥବା ବିପିଏମ୍‌ କମ୍ପାନୀଗୁଡ଼ିକ ମଧ୍ୟ କର୍ମଚାରୀଙ୍କୁ ଅଫିସ ଡାକିବା ଆରମ୍ଭ କରିଛନ୍ତି। ପୁଣେ ଏବଂ ବାଙ୍ଗାଲୋରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଅଫିସରୁ କାମ କରିବାକୁ ଆଦେଶ ଜାରି କରିଛନ୍ତି।

କେଉଁ କମ୍ପାନୀ ସପ୍ତାହରେ କେତେ ଦିନ ଡାକିଛନ୍ତି ଅଫିସ:
ଏରିକ୍ସନ:୩ ଦିନ
କ୍ୟାପ୍‌ଜେମିନି: ୩ ଦିନ
ଟିସିଏସ୍‌:୫ ଦିନ
ଏସ୍‌ସିଏଲ୍‌ ଟେକ୍‌: ୩ ଦିନ
ଓ୍ବିପ୍ରୋ: ୩ ଦିନ

Share