Categories: ଜାତୀୟ

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ଭୋପାଳ,୧୨।୩: ବରଯାତ୍ରୀଙ୍କ ଉପରେ ମାଡିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌। ଆଉ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଆଖି ବୁଜିଲେ ୬ ବରଯାତ୍ରୀ। ଏଭଳି ଏକ ଦୁର୍ଘଟଣା ମଧ୍ୟପ୍ରଦେଶର ରାଇସେନ ସୁଲତାନପୁରରେ ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି।

ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ରୋଷଣୀ କରି ଯାଉଥିବା ବେଳେ ସୁଲତାନପୁରରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ରାସ୍ତା ଉପରେ ନାଚଗୀତରେ ମସଗୁଲ ଥିବା ବେଳେ କ୍ଷୀପ୍ର ବେଗରେ ଆସୁଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢି ଯାଇଥିଲା।

କଲେକ୍ଟର ଅରବିନ୍ଦ ଦୁବେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Share