କୁଶିନଗର,୧୦।୫: ଉତ୍ତର ପ୍ରଦେଶର କୁଶୀନଗର ଜିଲାରୁ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକ ଆସିଛି। ଏଠାର ରାମକୋଲା ଥାନା ଅଞ୍ଚଳରେ ଥିବା ମାଧି ମାଠିଆ ଗାଁରେ ବୁଧବାର ଏକ ବଡ ଦୁର୍ଘଟଣା ହୋଇଛି। ନିଆଁ ଲାଗିଯିବାରୁ ୪ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ସମସ୍ତେ ଗୋଟିଏ ପରିବାରର ବୋଲି କୁହାଯାଉଛି। ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ବିଳମ୍ବରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବାରୁ ଗାଁ ଲୋକେ କ୍ରୋଧ ପ୍ରକାଶ କରିଛନ୍ତି। ୪ ଶିଶୁ ଓ ସେମାନଙ୍କ ମା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜେଜେ-ଜେଜେ ମାଆଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି।