ରୂପାନ୍ତରୀକରଣ ପାଇଁ ଅନେକ ଲକ୍ଷ ଟଙ୍କା ବରବାଦ

ଖଣ୍ଡପଡ଼ା,୫ା୭(ଅଜୟ କୁମାର ମହାରଣା): କଣ୍ଟିଲୋ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଆବଶ୍ୟକ ଶ୍ରେଣୀଗୃହ ଅଭାବ ଯୋଗୁ ଛାତ୍ରୀମାନଙ୍କୁ ସେକ୍ସନରେ ବିଭକ୍ତ କରା ନ ଯାଇ ଏକାଠି ଗୋଟିଏ ଶ୍ରେଣୀରେ ବସାଇ ପାଠ ପଢ଼ା ଯାଉଥିବାରୁ ନାନା ସମସ୍ୟା ମୁଣ୍ଡ ଟେକିଛି। ହେଲେ ଏହି ସ୍କୁଲ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ଏହି ପୁରାତନ ଶିକ୍ଷାନୁଷ୍ଠାନ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମହିଳାମାନଙ୍କ ବିକାଶ ତଥା ପ୍ରଗତି ଲକ୍ଷ୍ୟରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ କଣ୍ଟିଲୋର ବାଳିକାମାନଙ୍କ ଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ସ୍ବର୍ଗତ କୁଞ୍ଜ ବିହାରୀ ସାହୁ ୧୯୬୫ରେ କଣ୍ଟିଲୋ-ପାଟଣା ମଧ୍ୟସ୍ଥଳରେ ଥିବା ପାହାଡକୁ କାଟି ଏକ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପ୍ରତିଷ୍ଠାତାଙ୍କ ନାମ ଅନୁସାରେ ତାହା କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହୋଇଛି। ପରବର୍ତ୍ତୀ ସମୟରେ ନିକଟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ବିଦ୍ୟାଳୟରେ ମିଶ୍ରଣ କରାଯାଇ ଏହାକୁ କୁଞ୍ଜ ବିହାରୀ ନୋଡାଲ ହାଇସ୍କୁଲର ମାନ୍ୟତା ଦିଆଯାଇଛି। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ୯୪ଜଣ ଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି। ସଂପୃକ୍ତ ବିଦ୍ୟାଳୟଟି ୧୯୯୪ରୁ ଟେକେନ ଓଭରର ମାନ୍ୟତା ପାଇଛି। ହେଲେ ୫୯ ବର୍ଷର ଏହି ବିଦ୍ୟାଳୟ ଶ୍ରେଣୀଗୃହର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ରାଶି ମଞ୍ଜୁର ହୋଇଛି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଠିକାଦାର ପ୍ରୀତି ଯୋଗୁ କାମ ଶେଷ ହେବାର ୧ବର୍ଷ ମଧ୍ୟରେ ମରାମତି ଆବଶ୍ୟକ ପଡିଛି। ସ୍କୁଲର ଉପରେ ଥିବା ୨ କୋଠରୀରୁ ସିମେଣ୍ଟ ଖଣ୍ଡ ଖସୁଛି। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆ ଯାଇନାହିଁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା ସୂଚନା ଦେଇଛନ୍ତି।
ନବମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୭୦ରୁ ଊର୍ଦ୍ଧ୍ୱ ଲେଖାଏ ଛାତ୍ରୀମାନଙ୍କୁ ୨ଟି ସେକ୍ସନରେ ବିଭକ୍ତ କରାଯାଇ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ହେଲେ ଦୁଇଟି ଶ୍ରେଣୀର ପିଲାମାନଙ୍କୁ ଏକାଠି ବସାଇ ଶିକ୍ଷାଦାନ ଦିଆଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥବା ଅଭିଯୋଗ ହେଉଛି। ପାହାଡ ଉପରେ କେବଳ ପଥର ଓ ସିମେଣ୍ଟରେ ନିର୍ମିତ ହୋଇଥିବା ଦୁଇ ମହଲା ବିଶିଷ୍ଟ ଉକ୍ତ ପୁରାତନ ଶିକ୍ଷାନୁଷ୍ଠାନ ପ୍ରତି ଦୃଷ୍ଟି ନ ଦେଇ ଅନ୍ୟ ବାଟରେ ଅର୍ଥ ବ୍ୟୟ କରାଯାଉଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଉକ୍ତ ବିଦ୍ୟାଳୟ ଛାତଟି ଦୁର୍ବଳ ଅବସ୍ଥାରେ ରହି ଛାତରୁ ସିମେଣ୍ଟ ପ୍ଳାଷ୍ଟର ଖସି ବିପଦ ସୃଷ୍ଟି କରୁ ଥିବାରୁ ଉକ୍ତ ଛାତକୁ ଭଙ୍ଗାଯାଇ ନୂତନ ଛାତ ନିର୍ମାଣ ଦିଗରେ ପ୍ରଶାସନିକ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡା ଲିଖିତ ଭାବେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରେଣୀ ଗୃହର ମରାମତି ସହ ପୁରୁଣା ଛାତକୁ ଭାଙ୍ଗି ନୂଆ ଛାତ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ଏଥିପାଇଁ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି। ମାତ୍ର ସେହି ଟଙ୍କାରେ ପୁରୁଣା ଛାତରେ କୌଣସି କାମ କରାଯାଇ ପାରିବ ନାହିଁ ବୋଲି ବିଦ୍ୟାଳୟରେ ଆୟୋଜିତ ଏକ ବୈଠକରେ ତତ୍କାଳୀନ ବିଡିଓ ଅରୁଣିମା ସାହୁ ସୂଚନା ଦେଇଥିଲେ। ହେଲେ ଛାତର ରକ୍ଷଣାବେକ୍ଷଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଜିଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା ଓ ସରପଞ୍ଚ ଶ୍ରୀୟାରାଣୀ ବେହେରାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର,୨।୪(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ସରକାରୀ ଉଚ୍ଚ ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ ପ୍ରଭାତୀ...

ସହକାରୀ ଯନ୍ତ୍ରୀଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ସହକର୍ମୀ-ଜନସାଧାରଣ ମନେରଖିବେ

ଜି.ଉଦୟଗିରି, ୨।୪(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକର ସହକାରୀ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର ଓ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମରମଣି...

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

ମଙ୍ଗଳା ପୂଜା ସାରି ଫେରିବା ବେଳେ ଟଳି ପଡ଼ିଲେ ପୂଜକ

ଆନନ୍ଦପୁର,୨।୪(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଶାସଙ୍ଗ ଗ୍ରାମରେ ବୁଧବାର ଦିନ ମଙ୍ଗଳା ପର୍ବର କଳସ ବିସର୍ଜନ ସାରି ଫେରିବା ବେଳେ ଟଳି...

ପ୍ରଥମ ସପ୍ତାହରେ ଅଭିଯୋଗ ଶୁଣାଣି ନୋହିଲା, ୭ରୁ ହେବ ଆରମ୍ଭ

କେନ୍ଦୁଝର,୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ଏପ୍ରିଲ ମାସ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି ।...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଖଲ୍ଲିକୋଟ,୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି (୨୮) ମଙ୍ଗଳବାର ଅପରାହ୍ନରେ ଗ୍ରାମର ମଶାଣି...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image