Posted inଜାତୀୟ

ଜାଲ୍‌ ବ୍ୟାଙ୍କ ଖୋଲି ଠକିନେଲେ ଅନେକ ଲକ୍ଷ

ରାୟପୁର,୪ା୧୦: ବ୍ୟାଙ୍କ କାରବାରରେ ଜାଲିଆତି, ଜାଲ୍‌ କାଗଜପତ୍ର ଦେଇ ଠକେଇ ଏବଂ ଅନ୍ୟାନ୍ୟ ଆର୍ଥତ୍କ ଦୁର୍ନୀତି ଖବର ଅନେକ ସମୟରେ ପ୍ରକାଶ ପାଇଥାଏ। ତେବେ ଛତିଶଗଡ଼ରେ ନିକଟରେ ହୋଇଥିବା ଏକ ଠକେଇ ସମ୍ପୂର୍ଣ୍ଣ ନିଆରା। ଅପରାଧୀମାନେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏକ ଜାଲ୍‌ ଶାଖା ଖୋଲି ୧୦ ଦିନ ମଧ୍ୟରେ ଅନେକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକିନେଇଛନ୍ତି। ବେରୋଜଗାରୀଙ୍କୁ ଉକ୍ତ ଶାଖାରେ ଚାକିରି ଦେଇ ସେମାନଙ୍କଠାରୁ ଟଙ୍କା ଠକିନେଇଥିବାବେଳେ ସ୍ଥାନୀୟ ଲୋକେ ଲୋଭନୀୟ ସ୍କିମ୍‌ ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ଜମା ରଖି ଠକାମିର ଶିକାର ହୋଇଛନ୍ତି।
ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ୨୫୦ କି.ମି. ଦୂର ଶକ୍ତି ଜିଲାର ଛାପୋରା ଗ୍ରାମରେ ଏଭଳି ଅଭିନବ ଠକେଇ ହୋଇଛି। ସେଠାରେ ୧୦ ଦିନ ପୂର୍ବରୁ ଦେଶର ସର୍ବବୃହତ୍‌ ବ୍ୟାଙ୍କ ଏସ୍‌ବିଆଇର ଏକ ନୂଆ ଶାଖା ଖୋଲାଯାଇ ୬ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରକୃତ ବ୍ୟାଙ୍କ ଶାଖା ଭଳି ସେଠାରେ ନୂଆ ଆସବାବପତ୍ର, ପେସାଦାରି କାଗଜପତ୍ର ସହ ବ୍ୟାଙ୍କ କାଉଣ୍ଟର ଚାଲୁଥିଲା। ଗ୍ରାମବାସୀ ଏହି ଦୁର୍ନୀତି ସମ୍ପର୍କରେ ଜାଣି ନ ପାରି ନୂଆ ଶାଖାକୁ ଯାଇ ଆକାଉଣ୍ଟ ଖୋଲି କାରବାର ଆରମ୍ଭ କରିଦେଇଥିଲେ। ସବୁକିଛି ସ୍ବାଭାବିକ ଚାଲିଥିଲା। ତେବେ ସେପ୍ଟେମ୍ବର ୨୭ରେ ସେଠାରେ ପୋଲିସ ଅଧିକାରୀ ଏବଂ ଏସ୍‌ବିଆଇ ଅଫିସରମାନେ ପହଞ୍ଚତ୍ ଜେରା କରିବା ପରେ ଦୁର୍ନୀତି ପଦାକୁ ଆସିଥିଲା। ନିକଟବର୍ତ୍ତୀ ଡାବ୍ରା ଶାଖାର ମ୍ୟାନେଜର ଉକ୍ତ ଶାଖା ଉପରେ ସନ୍ଦେହ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ତଦନ୍ତରୁ ଛପୋରା ଶାଖା ଜାଲ୍‌ ବୋଲି ଜଣାପଡ଼ିଥିଲା। ସେହିପରି ସେଠାରେ ଯେଉଁମାନେ ନିଯୁକ୍ତି ପାଇଥିଲେ, ତାହା ମଧ୍ୟ ଜାଲ୍‌ ଥିଲା। ଏହି ଦୁର୍ନୀତିରେ ୪ ଜଣ ସମ୍ପୃକ୍ତ। ସେମାନେ ସେଠାରେ ନିଯୁକ୍ତ କର୍ମଚାରୀମାନଙ୍କୁ ମ୍ୟାନେଜର, ମାର୍କେଟିଂ ଅଫିସର, କ୍ୟାଶିୟର ଏବଂ କମ୍ପ୍ୟୁଟର ଅପରେଟର ନାମରେ ଜାଲ୍‌ ନିଯୁକ୍ତିପତ୍ର ଦେଇଥିଲେ, ଯାହା ବାସ୍ତବ ଆପଏଣ୍ଟମେଣ୍ଟ ଲେଟର ଭଳି ଲାଗୁଥିଲା। ସେମାନଙ୍କଠାରୁ ପଦବୀ ଅନୁଯାୟୀ ୨ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନିଆଯାଇଥିଲା। ନବନିଯୁକ୍ତ କର୍ମଚାରୀମାନଙ୍କୁ ଠକମାନେ ତାଲିମ ଦେଇଥିଲେ। ଠକ ସଂସ୍ଥାର ମାଷ୍ଟରମାଇଣ୍ଡ ବେରୋଜଗାରୀମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଲୋଭନୀୟ ଚାକିରି ଲୋଭ ଦେଖାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଦାବି କରୁଥିଲେ। ଅଜୟ କୁମାର ଅଗ୍ରଓ୍ବାଲ ନାମକ ସ୍ଥାନୀୟ ବ୍ୟକ୍ତି ଏସ୍‌ବିଆଇ କିଓସ୍କ ଖୋଲିବା ପାଇଁ ଆବେଦନ କରିଥିଲେ। ତେବେ ଛାପୋରାରେ ରାତାରାତି ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ତାଙ୍କ ସନ୍ଦେହ ବଢ଼ିଥିଲା। ବ୍ୟାଙ୍କ ଶାଖାର କୋଡ୍‌ ମଧ୍ୟ ଏହାର ସାଇନ୍‌ ବୋର୍ଡରେ ନ ଥିଲା। ଏନେଇ ଅଜୟ ଡାବ୍ରା ବ୍ରାଞ୍ଚ ମ୍ୟାନେଜରଙ୍କୁ ଜଣାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଅନଶନ ଭାଙ୍ଗିଲେ ସୋନମ ଓ୍ବାଙ୍ଗଚୁକ୍‌: କହିଲେ- ଶୀଘ୍ର ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ…

ନୂଆଦିଲ୍ଲୀ,୪।୧୦: କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ ଓ୍ବାଙ୍ଗଚୁକ୍‌ ନିଜର ଅନଶନ ଭାଙ୍ଗିଛନ୍ତି । ସେ ଲଦାଖର କିଛି ଲୋକଙ୍କ ସହ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ...

ଆରମ୍ଭ ହେଲା PM Internship ଯୋଜନା, ଯୁବପିଢିଙ୍କୁ ପ୍ରତି ମାସକୁ ମିଳିବ ୫ହଜାର, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୪।୧୦: ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ...

ତିରୁପତି ମନ୍ଦିର ଲଡୁ ବିବାଦ: ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର...

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: କୋର୍ଟ

ପ୍ରୟାଗରାଜ,୪।୧୦: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଯଦି ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ ହୁଏ ତେବେ ଏହାକୁ ବଳାତ୍କାର ବୋଲି ଧରାଯିବ ନାହିଁ।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

ଆଜି କ୍ୱାର୍ଟର ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୪ା୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ...

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ...

ଟ୍ରକ୍‌-ଟ୍ରାକ୍ଟର ଧକ୍କା: ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ଲକ୍ଷ୍ନୌ,୪ା୧୦: ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣ ଗୁରୁତର ହୋଇଛନ୍ତି। ମୃତାହତ ସମସ୍ତେ ଶ୍ରମିକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri