Posted inଜାତୀୟ

କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ

ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ୧୯୩୧ ଜୁଲାଇ ୧୩ରେ ଡୋଗ୍ରା ଶାସକଙ୍କ ସୈନ୍ୟ ୨୨ ଜଣ କଶ୍ମୀରୀଙ୍କୁ ହତ୍ୟା କରିଥିଲେ। ସେଥିପାଇଁ ଉକ୍ତ ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ। ଶହୀଦମାନଙ୍କ ସମାଧିସ୍ଥଳ ମାଜେର-ଇ-ଶୁହାଦାକୁ ଯେପରି ରାଜନେତାମାନେ ଯାଇ ନ ପାରିବେ, ସେଥିପାଇଁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି।

ଶ୍ରୀନଗରର ଖିମ୍ବେରସ୍ଥିତ ବାସଭବନରେ ଗୃହବନ୍ଦୀ ଥିବା ମେହବୁବା ସୋସିଆଲ ମିଡିଆ ଏକ୍ସ’ରେ ନିଜର ଅଭିଯୋଗ ଓ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଘର ଫାଟକରେ ତାଲା ପକାଇ ଦିଆଯାଇଥିବା ପିଡିପି ନେତ୍ରୀ କହିଛନ୍ତି। ୯୨ ବର୍ଷ ପୂର୍ବେ କଶ୍ମୀରର ୨୨ ଜଣ ଶାସକଙ୍କ ଅତ୍ୟାଚାର, ଏକଚ୍ଛତ୍ରବାଦ ଓ ଅନ୍ୟାୟକୁ ବିରୋଧ କରି ଶହୀଦ ହୋଇଥିଲେ। ଏହି ଦିନର ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ରହିଛି। ଶହୀଦମାନଙ୍କ ବଳିଦାନକୁ ଏଭଳି ଚାପିଦେଇ ହେବନାହିଁ ବୋଲି ମେହବୁବା କହିଛନ୍ତି।

ସେହିପରି ପିପୁଲ୍ସ କନ୍‌ଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍‌ ମଧ୍ୟ ଗୃହବନ୍ଦୀ ଥିବା ଅଭିଯୋଗ କରିଛନ୍ତି। ତାଙ୍କୁ କୌଣସି କାରଣ ନ ଦର୍ଶାଇ ଗୃହବନ୍ଦୀ ରଖାଯାଇଛି। ଶହୀଦଙ୍କ କବରସ୍ଥାନକୁ ଯିବାରେ ଲୋକମାନଙ୍କ ଅଟକାଇବାର କାରଣ କ’ଣ ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସର କଶ୍ମୀର ସଭାପତି ନାସିର ଅସ୍‌ଲାମ ଓ୍ବାନି ଅନୁରୂପ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବାସଭବନ ଫାଟକକୁ ତାଲା ପକାଯାଇ ପୋଲିସ ମୁତୟନ କରାଯାଇଛି। ତେବେ ଶହୀଦମାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି ଓ୍ବାନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri