ଦେଶରେ ନିଖୋଜ ହୋଇଯାଉଛନ୍ତି ଆମେରିକାର ମୂଳ ନିବାସୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ମୂଳ ବାସିନ୍ଦା ଦଶନ୍ଧି ଦଶନ୍ଧି ଧରି ଅତ୍ୟାଚାରର ଶିକାର ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟର ହଜାର ହଜାର ଲୋକ ନିଖୋଜ ହୋଇଯାଇଛନ୍ତି କିମ୍ବା ସେମାନଙ୍କୁ ହତ୍ୟା କରାଯାଇଛ। ଏହି ଘଟଣା ପଛର କାରଣ ଏଯାଏଁ ଜଣାପଡିନାହିଁ।

ଏନେଇ ଆମେରିକାର ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୂଳ ଆମେରିକୀୟଙ୍କ ଦୁର୍ଦ୍ଦଶାର ଇତିହାସ ରହିଛି। ସେନା ଦ୍ୱାରା ସେମାନଙ୍କର ହତ୍ୟାକାଣ୍ଡ, ସ୍ଥାନୀୟ ଆମେରିକୀୟ ପିଲାମାନଙ୍କୁ ଜୋରଜବରଦସ୍ତି ବୋର୍ଡିଂ ସ୍କୁଲକୁ ପଠାଇବା ଏବଂ ବହୁଜଣଙ୍କୁ ନିଜ ପାରମ୍ପାରିକ ସ୍ଥାନରୁ ହଟାଇବା ଭଳି ଅତ୍ୟାଚାରର ଇତିହାସ ରହିଛି।
ଜୁଲାଇରେ କଂଗ୍ରେସର ଅନୁସନ୍ଧାନ ସେବା ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୨୦ମଧ୍ୟରେ ମୂଳ ଆମେରିକୀୟଙ୍କ ବିରୋଧରେ ହିଂସା ଅପରାଧ ତିନି ଗୁଣ ଅଧିକ ବୃଦ୍ଧି ପାଇଛି।

Share