Categories: ଜାତୀୟ

ନୀତୀଶଙ୍କ ବହୁ ସମର୍ଥକ ଆମ ଯୋଗାଯୋଗରେ: କୁଶବାହା…

ପାଟନା,୨୭।୯ : ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶବାହା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଅନେକ ଜେଡିୟୁ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସମ୍ପୂର୍ଣ୍ଣ ଧ୍ୱଂସ ହେବ ବୋଲି ଉପେନ୍ଦ୍ର ଦାବି କରିଛନ୍ତି। କେବଳ ଏତିକି ନୁହେଁ ଉପେନ୍ଦ୍ର ଭାଜପା ଏମପି ସୁଶୀଲ ମୋଦିଙ୍କୁ ସମର୍ଥନ କରି କହିଛନ୍ତି ସେ ଯାହା ପ୍ରକାଶ କରିଛନ୍ତି ତାହା ଠିକ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମର୍ଥକ ଥିବା ବହୁ ନେତା ଭାଜପାକୁ ସେମାନଙ୍କ ନେତାଙ୍କୁ ରାଜ୍ୟପାଳ କରିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ, ଏହା ଘଟିବ ନାହିଁ। ଯଦି ଏହା ଘଟେ ତେବେ ବିହାରରେ ଏନଡିଏ ଏବଂ ଭାଜପା ମଧ୍ୟରେ ମତଭେଦ ହେବ।
ଆମେ ଏନଡିଏର ଅଂଶ ଅଟୁ । ବର୍ତ୍ତମାନ ସିଟ ବାଣ୍ଟିବାର ଆଲୋଚନା ଶୀଘ୍ର ସମାଧାନ ହେବାକୁ ଯାଉଛି।

Share