Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଭାଷଣର ଅନେକ ଭାଗକୁ ରେକର୍ଡରୁ ହଟାଇ ଦିଆଯାଇଛି

ନୂଆଦିଲ୍ଲୀ,୨।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାକୁ ସମ୍ବୋଧିତ କରି ଦେଇଥିବା ଅନେକ ମନ୍ତବ୍ୟ ରେକର୍ଡରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ ହିନ୍ଦୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ ବିଷୟରେ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ଘଣ୍ଟା ହିଂସା-ହିଂସା, ଘୃଣା-ଘୃଣା କରନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବୟାନରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆପତ୍ତି ଉଠାଇ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ।

ସୂଚନାଯୋଗ୍ୟ, ସୋମବାର ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ଭାବରେ ତାଙ୍କର ପ୍ରଥମ ଭାଷଣ ଦେଇଛନ୍ତି। ଭାଜପାକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା, ଘୃଣା ଏବଂ ମିଥ୍ୟା ପ୍ରଚାର ଜାରି ରଖନ୍ତ। ସେମାନେ ଆଦୌ ହିନ୍ଦୁ ନୁହନ୍ତି। ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟ ସହିତ ଠିଆ ହେବା ଉଚିତ ଏବଂ ସତ୍ୟରୁ କେବେ ବି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ। ଅହିଂସା ବିସ୍ତାର ହେବା ଉଚିତ୍‌। ଯେତେବେଳେ ରାହୁଲଙ୍କ ବୟାନରେ ପ୍ରଧାନମନ୍ତ୍ରୀ ମୋଦିଆପତ୍ତି କରିଥିଲେ ସେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ମୁଁ ଭାଜପାକୁ ହିଂସା ବୋଲି କହିଛି, ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ଭାଜପା ସମଗ୍ର ହିନ୍ଦୁ ସମାଜ ନୁହେଁ। ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ ।

Share